ETV Bharat / state

ଜମିଜମା ବିବାଦକୁ ନେଇ ନିର୍ମମ ହତ୍ୟାକାଣ୍ଡ, ଯୁବକଙ୍କୁ ହତ୍ୟା କଲା ସମ୍ପର୍କୀୟ ଭାଇ

author img

By

Published : Mar 7, 2023, 6:55 AM IST

ଭାଇକୁ ହତ୍ୟା କଲା ଭାଇ । ଜମିଜମା ବିବାଦକୁ ନେଇ ନିର୍ମମ ହତ୍ୟାକାଣ୍ଡ । କାଠ ଫାଳିଆରେ ପିଟିପିଟି ହତ୍ୟା ଅଭିଯୋଗରେ ସମ୍ପର୍କୀୟ ଭାଇ ଗିରଫ । ଅଧିକ ପଢ଼ନ୍ତୁ

ସମ୍ପର୍କୀୟ ଭାଇକୁ ହତ୍ୟା କଲା ସମ୍ପର୍କୀୟ ଭାଇ
ସମ୍ପର୍କୀୟ ଭାଇକୁ ହତ୍ୟା କଲା ସମ୍ପର୍କୀୟ ଭାଇ

ରାଉରକେଲା: ଜମିଜମା ବିବାଦକୁ ନେଇ ନିର୍ମମ ହତ୍ୟାକାଣ୍ଡ । ଭାଇର ଜୀବନ ନେଲା ଭାଇ । କାଠ ଫାଳିଆରେ ପିଟିପିଟି ହତ୍ୟା । ଜମିଜମା ବିବାଦକୁ ନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲା ସମ୍ପର୍କୀୟ ଭାଇ। । ଜମିଜମା ଲୋଭରେ ଅନ୍ଧ ହୋଇ ଭୁଲାଗଲା ମାନବିକତା । ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନାର ଫୁଲଝର ପଞ୍ଚାୟତର ହାତୀଶାଳ ଗ୍ରାମରେ ଏପରି ନିର୍ମମ ଓ ଅଭାବନୀୟ ଘଟଣା ଘଟିଛି ।

ଜମିଜମା ବିବାଦକୁ ନେଇ ଦୁଇ ସମ୍ପର୍କୀୟ ଭାଇ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଜମିର ଭାଗବଣ୍ଟା ଛିଡ଼ୁ ନଥିବାରୁ ଏହି ବିବାଦ ଜନ୍ମ ନେଇଥିଲା । ବହୁ ସମୟରେ ଝଗଡା ଆକ୍ରାମକ ରୂପ ମଧ୍ୟ ନେଇଥିଲା । ତେବେ ଗତକାଲି ଦୁଇ ସମ୍ପର୍କୀୟ ଭାଇ ମଦ ପିଇ ଦୁହେଁଦୁହିଁଙ୍କୁ ଗାଳି ଗୁଳଜ କରିଥିଲେ । ପୁଣି ଜମି ଜମା ବିବାଦକୁ ନେଇ ଝଗଡା ହୋଇଥିଲା । ଏହି ବିବାଦ ଶେଷରେ ଚରମ ସୀମାରେ ପହଞ୍ଚି ଥିଲା । ମଦ ପିଇ ଝଗଡା ହେବା ପରେ କ୍ରୋଧାନ୍ବତ ହୋଇ ଚୈତୁ ନାଏକଙ୍କୁ ସମ୍ପର୍କୀୟ ଭାଇ ଗଲୁ ନାଏକ ଏକ କାଠ ଫାଳିଆରେ ପିଟିପିଟି ନିର୍ମମ ହତ୍ୟା କରିଥିଲା ।

ଦୁଇ ସମ୍ପର୍କୀୟ ଭାଇ ପ୍ରଥମେ ମଦ ପିଇ ଘରକୁ ଆସିଥିଲେ । ଦୁହେଁ ଦୁହିଁଙ୍କୁ ଜମିଜମା ବିବାଦକୁ ନେଇ ଗାଳି ଗୁଳଜ କରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ଗଲୁ ନାଏକ ମଦ ନିଶାରେ ନିଜର ହିତାହିତ ଜ୍ଞାନ ଭୁଲି ନିଜ ସମ୍ପର୍କୀୟ ଭାଇ କୁ ଜୀବନ ରୁ ମରିଦେବର ଭାବିଥିଲା । ଏକ କାଠ ଫାଳିଆରେ ଗଲୁ ନାଏକ ଅନ୍ୟ ସମ୍ପର୍କୀୟ ଭାଇ ଚୈତୁ ନାଏକ ମୁଣ୍ଡକୁ ବାରମ୍ବାର ପ୍ରହାର କରିବା ଫଳରେ ଘଟଣା ସ୍ଥଳରେ ହିଁ ଚୈତୁଙ୍କ ମୃତ୍ୟୁ ହୋଇଥିଲା ।

ଗାଁ ଲୋକେ ଘଟଣା ବାବଦରେ ତୁରନ୍ତ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେପଟେ ଅଭିଯୁକ୍ତ ଗଲୁ ଘଟଣା ସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରି ସଫଳ ହୋଇଥିଲା । ଏହାପରେ ପୋଲିସ ଗଲୁ ନାଏକର ସନ୍ଧାନ ଆରମ୍ଭ କରିଥିଲା । ଅନେକ ଖୋଜାଖୋଜି କରିବା ପରେ ଗଲୁକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସର ତଦନ୍ତ ଆଗକୁ ବଢ଼ିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.