ETV Bharat / state

ବିରବିରା ଲ୍ୟାମ୍ପସ ପରିସରରେ ଜିଲ୍ଲାସ୍ତରୀୟ ଧାନକ୍ରୟ କେନ୍ଦ୍ର ଉଦଘାଟିତ - ସୁନ୍ଦରଗଡ ଜିଲ୍ଲାସ୍ତରୀୟ ଧାନକ୍ରୟ କେନ୍ଦ୍ର ଉଦଘାଟିତ

ସୁନ୍ଦରଗଡ ସଦର ବ୍ଲକ ବିରବିରା ଲ୍ୟାମ୍ପସ ପରିସରରେ ଜିଲ୍ଲାସ୍ତରୀୟ ଧାନକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ

ବିରବିରା ଲ୍ୟାମ୍ପସ ପରିସରରେ ଜିଲ୍ଲାସ୍ତରୀୟ ଧାନକ୍ରୟ କେନ୍ଦ୍ର ଉଦଘାଟିତ

author img

By

Published : Dec 15, 2021, 7:44 PM IST

ସୁନ୍ଦରଗଡ: ସୁନ୍ଦରଗଡ ସଦର ବ୍ଲକ ବିରବିରା ଲ୍ୟାମ୍ପସ ପରିସରରେ ଆଜି(ବୁଧବାର) ଜିଲ୍ଲାସ୍ତରୀୟ ଧାନକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗେଦେଇ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ କରିବା ସହ ଉପସ୍ଥିତ ଚାଷୀଙ୍କୁ ଧାନ ବିକ୍ରିର ମାନଙ୍କ ବିଷୟରେ ଅବଗତ କରାଇଥିଲେ । ତେବେ ପୂର୍ବବର୍ଷ ମାନଙ୍କ ଠାରୁ ଏବର୍ଷ ଧାନକ୍ରୟ ଓ ବିକ୍ରୟକୁ ଅଧିକ ସରଳୀକରଣ କରାଯାଇଥିବା କଥା ସେ କହିଛନ୍ତି । ପୂର୍ବ ବର୍ଷ ମାନଙ୍କରେ ଚାଷୀଙ୍କ ପାଇଁ ଯେଉଁସବୁ ସମସ୍ୟା ଉପୁଜିଥିଲା ସେପରି ସମସ୍ୟା ଏବର୍ଷ ଯେପରି ନଉପୁଜିବ ସେନେଇ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା କଥା ସେ କହିଛନ୍ତି ।

ବିରବିରା ଲ୍ୟାମ୍ପସ ପରିସରରେ ଜିଲ୍ଲାସ୍ତରୀୟ ଧାନକ୍ରୟ କେନ୍ଦ୍ର ଉଦଘାଟିତ

ତେବେ ଚାଷୀମାନେ ଉନ୍ନତ ମାନର ଧାନ ଆଣିଲେ ଅଧିକ ଟଙ୍କା ପାଇ ପାରିବେ ବୋଲି ସେ କହିଛନ୍ତି । ତେବେ ଏବର୍ଷ ରାଜ୍ୟ ସରକାର ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା 1940 ଟଙ୍କା ସ୍ଥିର କରିଥିବା କଥା ସେ କହିଛନ୍ତି । ଚାଷୀ ଯେଉଁଦିନ ଧାନ ବିକ୍ରି କରିବେ ସେହିଦିନ ତଥା 24 ଘଣ୍ଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପହଞ୍ଚିବାର ବ୍ୟବସ୍ଥା କରାଯାଇଥିବା କଥା ଜିଲ୍ଲା ସାଧାରଣ ଯୋଗାଣ ଅଧିକାରୀ (CSO) କହିଛନ୍ତି । ଟୋକନ ପାଇଥିବା ଚାଷୀ ଏକକାଳୀନ ତାଙ୍କ ଧାନ, କ୍ରୟ କେନ୍ଦ୍ରକୁ ଆଣିପାରିବେ ଓ ଏହି ଟୋକନ ଏକ ମାସ ପାଇଁ ଭେଲିଡ ରହିବ ବୋଲି ଜଣାପଡିଛି । ତେବେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଏବର୍ଷ ଭିନ୍ନ ଭାବେ ଚାଷୀମାନଙ୍କୁ ଅବଗତ କରାଇବା ନେଇ ବ୍ୟବସ୍ଥା କରାଯାଇଛି । ଟୋକନ ପାଇଥିବା ଚାଷୀଙ୍କୁ ମାସକ ମଧ୍ୟରେ ତିନି ଥର ରିମାଇଣ୍ଡର ଯିବାର ବ୍ୟବସ୍ଥା କରାଯାଇଥିବା କଥା ଜଣାପଡିଛି ।

କେବଳ ସେତିକି ନୁହେଁ ଚାଷୀମାନେ ତାଙ୍କ ଟୋକନ, ଟଙ୍କା ଓ ପଞ୍ଜିକରଣର ସମସ୍ତ ସୂଚନା ଯେପରି ମାଗଣାରେ ପାଇପାରିବେ ଓ ସଠିକ ଧାରାରେ ପାଇପାରିବେ ସେନେଇ ରାଜ୍ୟ ସରକାର ଏକ ଟୋଲ ଫ୍ରି ନମ୍ବର– 1967 ପ୍ରଚଳନ କରିଛନ୍ତି । ଯେଉଁଥିରେ ଚାଷୀମାନେ ସମସ୍ତ ତଥ୍ୟ ମାଗଣାରେ ପାଇପାରିବେ ବୋଲି CSO କହିଛନ୍ତି ।

ଆଜିଠାରୁ (ବୁଧବାର) ସୁନ୍ଦରଗଡ ଉପଖଣ୍ଡର ସୁନ୍ଦରଗଡ ସଦର ବ୍ଲକ, ଟାଙ୍ଗରପାଲି ବ୍ଲକ, ଲେଫ୍ରିପଡା ବ୍ଲକ ଓ ବାଲିଶଙ୍କରା ବ୍ଲକରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକରେ 20/12/2021ରୁ ଧାନ କିଣାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ଜିଲ୍ଲା ପ୍ରଶାସନ ଏନେଇ ସକାଳ 8ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ମଣ୍ଡି ଖୋଲିବା ନେଇ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛି । ଏଥିପାଇଁ ଅଗ୍ରୀମ ଟୋକନ ପାଇଥିବା ଚାଷୀ କ୍ରୟ କେନ୍ଦ୍ରର ଅଧିକାରୀଙ୍କ ସହିତ ଯୋଗାଯୋଗ କରି ମଣ୍ଡିକୁ ଧାନ ଆଣିପାରିବେ । ତେବେ ଧାନ ସହ ବ୍ୟାଙ୍କ ପାସବୁକର ନକଲ ଓ ଆଧାର କାର୍ଡ ଆଣିବାକୁ ବାଧ୍ୟତା ମୂଳକ କରାଯାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.