ETV Bharat / state

୮୬ ବର୍ଷ ବୟସରେ ବିଶ୍ୱ କିର୍ତ୍ତୀମାନ, ଶୀର୍ଷାସନ କରି ଗିନିଜ୍‌ ବୁକ୍‌ ଅଫ ୱାର୍ଲ୍ଡ ରେକର୍ଡରେ ରାଉରକେଲାର ବୃଦ୍ଧ - ୮୬ ବର୍ଷୀୟ ଈଶ୍ୱରନାଥ ଗୁପ୍ତା

୮୬ ବର୍ଷ ବୟସରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ନାମ ଲେଖାଇଲେ ରାଉରକେଲା ସହରର ଈଶ୍ବରନାଥ ଗୁପ୍ତା ନାମକ ବୃଦ୍ଧ । ୬ ମିନିଟ ୩୬ ସେକେଣ୍ଡ ଶୀର୍ଷାସନ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି ଏହି ୮୬ ବର୍ଷୀୟ ବୃଦ୍ଧ । ଅଧିକ ପଢ଼ନ୍ତୁ

୮୬ ବର୍ଷ ବୟସରେ ଶୀର୍ଷାସନ କରି ବିଶ୍ୱ ରେକର୍ଡ
୮୬ ବର୍ଷ ବୟସରେ ଶୀର୍ଷାସନ କରି ବିଶ୍ୱ ରେକର୍ଡ
author img

By

Published : Jan 1, 2023, 10:26 PM IST

୮୬ ବର୍ଷ ବୟସରେ ଶୀର୍ଷାସନ କରି ବିଶ୍ୱ ରେକର୍ଡ

ରାଉରକେଲା: ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ରାଉରକେଲା ସହରର ୮୬ ବର୍ଷୀୟ ବୃଦ୍ଧଙ୍କ ନାମ । ୮୬ ବର୍ଷରେ ପହଞ୍ଚିବା ପରେ ମଧ୍ୟ ଶରୀର ମାନିନାହିଁ ହାର । ଯୋଗ ସାହାଯ୍ୟରେ ନିଜର ମନ ସହ ଶରୀରକୁ ଆଜି ମଧ୍ୟ ସମ୍ପୂର୍ଣ୍ଣ ସତେଜ ରଖିଛନ୍ତି ବୃଦ୍ଧ ଜଣକ । ବୃଦ୍ଧ ବୟସ୍କ ବିଭାଗରେ ଶୀର୍ଷାସନରେ କଲେ ବିଶ୍ୱ ରେକର୍ଡ । ରାଉରକେଲା ସହରର ବରିଷ୍ଠ ନାଗରିକ ଈଶ୍ବରନାଥ ଗୁପ୍ତା ୬ ମିନିଟ ୩୬ ସେକେଣ୍ଡ ଶୀର୍ଷାସନ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି ।

ରାଉରକେଲା ସହରର କୋଏଲ ନଗର ନିବାସୀ ହେଉଛନ୍ତି ଇଶ୍ୱର ନାଥ ଗୁପ୍ତା(୮୬) । ନୂଆବର୍ଷ ଅବସରରେ ରବିବାର ସକାଳେ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଶୀର୍ଷାସନ ପ୍ରଦର୍ଶନ କରି ସେ ନିଜ ନମରେ କରିଛନ୍ତି ବିଶ୍ୱ ରେକର୍ଡ । ଏହି ପ୍ରଦର୍ଶନକୁ ଗିନିଜ ବୁକ୍‌ ଅଫ୍‌ ରେକର୍ଡର ପ୍ରତିନିଧି ଆସି ଯାଞ୍ଚ କରିଥିଲେ । ତେବେ ଏଥିରେ ସଫଳ ହୋଇଛନ୍ତି ୮୬ ବର୍ଷୀୟ ଈଶ୍ୱରନାଥ ଗୁପ୍ତା । ତେବେ ପୂର୍ବରୁ ଏହି ରେକର୍ଡ ଜଣେ ୭୪ ବର୍ଷୀୟ କନାଡିଆନ ବ୍ୟକ୍ତି ରିଚାର୍ଡ ଡି ଲାମରେଙ୍କ ନାମରେ ରହିଥିଲା । ସେ ୨୬ ଅଗଷ୍ଟ ୨୦୨୨ ମସିହାରେ ଏହି ରେକର୍ଡ ଅଧିକୃତ କରିଥିଲେ ।

କାନାଡା ନାଗରିକଙ୍କର ଏହି ରେକର୍ଡକୁ ଅତିକ୍ରମ କରି ରାଉରକେଲା ପାଇଁ ଗର୍ବ ଗୌରବ ଆଣିଛନ୍ତି ୮୬ ବର୍ଷୀୟ ଈଶ୍ୱରନାଥ ଗୁପ୍ତା । ଏହି କ୍ରମରେ ଈଶ୍ୱରନାଥ ଗୁପ୍ତା ନିଜର ଶୀର୍ଷାସନ ପ୍ରଦର୍ଶନ କରି ରେକର୍ଡ କରିଛନ୍ତି । ଏହି ବିଶ୍ୱ ରେକର୍ଡ କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଭାରତ ବିକାଶ ପରିଷଦ ରାଉରକେଲା ଶାଖା ପକ୍ଷରୁ ପରିଷଦର ସ୍ଥାନୀୟ ଶାଖା ସଭାପତି ଅନୁପମ ଗୁପ୍ତା ଓ କୋଷାଧ୍ୟକ୍ଷ ସନତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.