ETV Bharat / state

ଜିଲ୍ଲା ମାନ୍ୟତା ଦାବି, ୬ ଘଣ୍ଟିଆ ବଣାଇ ବନ୍ଦ

ବଣାଇକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Dec 2, 2022, 2:03 PM IST

ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନ୍ଦ
ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନ୍ଦ

ରାଉରକେଲା: ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁଣି ଜୋର ଧରିଛି ଜିଲ୍ଲା ଘୋଷଣା ଦାବି । ବଣାଇକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନ୍ଦ କରାଯାଇଛି । ବଣାଇକୁ ଜିଲ୍ଲା ଘୋଷଣା କରିବା ଦାବିରେ ବଣାଇ କ୍ରିୟାନୁଷ୍ଠାନ କମିଟିର 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।

ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନ୍ଦ

ଆଜି ବଣାଇ ଜିଲ୍ଲା ଦାବିରେ ବନ୍ଦ ଡାକରା ଦିଆଯାଇ ଥିବାବେଳେ ଆଜି ସକାଳୁ ସକାଳୁ ପିକେଟିଙ୍ଗ କରି ସମସ୍ତ ଦୋକାନ ବଜାର ବନ୍ଦ ରହି ଥିବା ସହ ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ ରହିଛି । ଏହାସହ NH 143 ସହ NH 215କୁ ସମୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଫଳରେ ହଜାର ହଜାର ସଂଖ୍ୟକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି । 1972 ମସିହାରୁ ବଣାଇକୁ ଜିଲ୍ଲା ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର କର୍ଣ୍ଣପାତ କରି ନ ଥିବା ବେଳେ ବିଭିନ୍ନ ସମୟରେ ଜିଲ୍ଲା ଦାବି ପାଇଁ ବିଭିନ୍ନ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ଜଣାଇ ଥିଲେ ସୁଦ୍ଧା ଜିଲ୍ଲା ହେଉ ନ ଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏହା ସହ ବଣାଇକୁ ଜିଲ୍ଲା ଦାବି କରିଛି କମିଟି ।

ଏହା ମଧ୍ୟ ପଢନ୍ତୁ: High Uric acid levels: ଶରୀରରେ ୟୁରିକ୍ ଏସିଡ୍‌ ସ୍ତର ବୃଦ୍ଧି କାହିଁକି ବିପଦପୂର୍ଣ୍ଣ, ଜାଣନ୍ତୁ

ତେବେ ଆଜି କ୍ରିୟାନୁଷ୍ଠାନ କମିଟି ଓ ସମସ୍ତ ରାଜନୈତିକ ଦଳ 4ଟି ବ୍ଳକର ଜନସାଧାରଣ, ବିକାଶ ପରିଷଦ ଓ ବଣିକ ସଂଘ ସମର୍ଥନ କରି ଥିବାବେଳେ ବିଭିନ୍ନ ସଂଗଠନ ଏହାକୁ ସମର୍ଥନ କରିଛନ୍ତି । ଯଥାଶୀଘ୍ର ସରକାର ବଣାଇକୁ ଜିଲ୍ଲା ଘୋଷଣା ନକଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ସହ ଅର୍ଥନୈତିକ ଅବରୋଧ କରାଯିବ ବୋଲି ବଣାଇ କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛି । ତେବେ ବଣାଇକୁ ଯଥାସମ୍ଭବ ଜିଲ୍ଲା ଘୋଷଣା ନକଲେ ଆନ୍ଦୋଳନ ଆହୁରି ତୀଵ୍ର କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.