ETV Bharat / state

ସୁନ୍ଦରଗଡ଼ରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ, ସମୀକ୍ଷା କଲେ 5ଟି ସଚିବ - ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଜରିଆରେ 5ଟି ସଚିବ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ସୁନ୍ଦରଗଡ଼ରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ, ସମୀକ୍ଷା କଲେ 5ଟି ସଚିବ

author img

By

Published : Apr 11, 2021, 7:10 AM IST

ସୁନ୍ଦରଗଡ଼: ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସଂପୂର୍ଣ୍ଣ ନୂଆ ରୂପ ନେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ୪୦ଟି ସ୍କୁଲର ସମୀକ୍ଷା କରାଯାଇଛି । ଶନିବାର ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି ।

ସୁନ୍ଦରଗଡ଼ରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ, ସମୀକ୍ଷା କଲେ 5ଟି ସଚିବ

ଏହି ଅବସରରେ ହାଇସ୍କୁଲ ରୂପାନ୍ତରଣ ଲାଗି ପ୍ରସ୍ତୁତ ଜିଲ୍ଲାସ୍ତରୀୟ ‘ଭିଜନ ଡକ୍ୟୁମେଣ୍ଟ’ ଉନ୍ମୋଚିତ ହୋଇଥିଲା । ଏଥିରେ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସହିତ ଏହାକୁ କିପରି ସଫଳତାର ସହ କାର୍ଯ୍ୟକାରୀ କରାଯିବ ସେ ନେଇ ମାର୍ଗଦର୍ଶନ ପ୍ରସ୍ତୁତ କରାଯାଇଛି । ସେହିପରି ପ୍ରତ୍ୟେକ ବିଦ୍ୟାଳୟର ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ହାଇସ୍କୁଲ ରୂପାନ୍ତରଣ ଲାଗି ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଏହାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ ।

ସମୀକ୍ଷା ବେଳେ ୫-ଟି ସଚିବ ସମସ୍ତ ସ୍କୁଲ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ । ସୁନ୍ଦରଗଡ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମ ବେଳେ ବିଡିଓଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ୫-ଟି ଅଭିଯାନ ଅଧୀନରେ ଜିଲ୍ଲାର ସମସ୍ତ ୩୮୩ଟି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଛି । ତା’ ଭିତରୁ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ହାଇସ୍କୁଲଗୁଡ଼ିକର ରୂପାନ୍ତରଣ ବିଷୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

ଆଗାମୀ ଅକ୍ଟୋବର ୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଫଳରେ ସରକାରୀ ସ୍କୁଲର ପାଠ୍ୟ ପରିବେଶରେ ବିଶେଷ ଉନ୍ନତି ଆସିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଡିଏମଏଫର ସିଇଓ ରସାଇ ଲାଗୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି । ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ଉପରେ ପ୍ରାଥମିକତା ଦିଆଯାଉଛି । ସେହିପରି ଗୋଷ୍ଠୀ ସହଭାଗିତାକୁ ଆଧାର କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୫-ଟି ଅଧୀନରେ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟର ସମସ୍ତ ସରକାରୀ ସ୍କୁଲକୁ ନୂଆ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରିକଳ୍ପନା କରିଛନ୍ତି । ସ୍କୁଲର ଶିକ୍ଷା ପରିବେଶରେ ବ୍ୟାପକ ଉନ୍ନତି ଆଣିବା, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନର ମାନ ବଢ଼ାଇବା ପାଇଁ ଯୋଜନା କରାଯାଇଛି । ସେହିପରି ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନର ସାମଗ୍ରିକ ଉନ୍ନତି ଆଣିବା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ପାଇଁ 5-ଟି ସଚିବ ପରାମର୍ଶ ଦେଇଥିଲେ ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.