ETV Bharat / state

ଜଙ୍ଗଲ ରାସ୍ତାରେ କରୁଥିଲେ ଡକାୟତି, ଆଜି ୫ ଡକାୟତଙ୍କୁ ଗିରଫ କଲା କୁତ୍ରା ପୋଲିସ

author img

By

Published : Sep 26, 2021, 10:14 PM IST

5 ଜଣ ସଶସ୍ତ୍ର ଡକାୟତକୁ ଗିରଫ କଲା କୁତ୍ରା ପୋଲିସ । ତିନୋଟି ଅପରାଧିକ ମାମଲା ଘଟାଇଥିବା ଅଭିଯୋଗରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲସ । ଅଧିକ ପଢନ୍ତୁ...

5 Armed Dacoit accused arrested by kutra police
ଡକାୟତ ମାମଲାରେ ସଂପୃକ୍ତ ୫ ଅଭିଯୁକ୍ତକୁ ଗିରଫ କଲା କୁତ୍ରା ପୋଲିସ

ସୁନ୍ଦରଗଡ: କୁତ୍ରା ପୋଲିସକୁ ବଡ ସଫଳତା । ତିନୋଟି ଅପରାଧିକ ମାମଲା ଘଟାଇଥିବା ଅଭିଯୋଗରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲସ । ଅଭିଯୁକ୍ତଙ୍କୁ ରାଜଗାଙ୍ଗପୁର କୋର୍ଟ ଚାଲାଣ କରିଛି କୁତ୍ରା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ବାଇକ, ପିସ୍ତଲ, ମୋବାଇଲ ଓ ମାରଣାସ୍ତ୍ର ଜବତ କରିଛି । ଏନେଇ ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରା ପ୍ରେସମିଟରେ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କୁତ୍ରା ସିଆଲଯୋର ରାସ୍ତାର ପୁରୁଣାପାନି କିନାଲି ଟୁଙ୍ଗରି ନିକଟରେ ଗତ 18 ତାରିଖ ସଂଧ୍ୟାରେ ତିନି ଜଣ ଲୋକଙ୍କୁ ଲୁଟିଥିଲେ ଦୃବୃର୍ତ୍ତ । ସଂଜୟ ଲୁଗୁନ, ରାଜେଶ କିଣ୍ଡୋ ଏବଂ ଦିତିଆ ବାଘ ନାମକ 3 ଜଣଙ୍କ ବାଇକ, ମୋବାଇଲ ଫୋନ ଏବଂ ଟଙ୍କା ଲୁଟି କରି ଫେରାର ମାରିଥିଲେ । ସଂଜୟ ଲୁଗୁନକୁ ଲୁଟିବା ସହ ଜଙ୍ଗଲ ମଧ୍ୟରେ ପିସ୍ତଲ ମୁନରେ ତାକୁ ଅଟକ ରଖିଥିଲେ । ପରେପରେ ରାଜେଶ କିଣ୍ଡୋ ଓ ଦିତିଆ ବାଘ ସେହି ରାସ୍ତାରେ ଯାଉଥିବା ବେଳେ ଡକାୟତଙ୍କ ହାବୁଡରେ ପଡି ସମ ଦଶା ଭୋଗିଥିଲେ । ଏ ନେଇ କୁତ୍ରା ଥାନାରେ ଗତ 19 ତାରିଖରେ ତିନୋଟି ମାମଲା ରୁଜ୍ଜୁ ହୋଇଥିଲା । କୁତ୍ରା ଥାନା ଅଧିକାରୀ ଇନସପେକ୍ଟର ସୁଶାନ୍ତ କୁମାର ପରିଡା ଏହି ମାମଲାର ତଦନ୍ତକାରୀ ଅଫିସରର ଦାୟିତ୍ବ ନେବା ସହ ଘଟଣାରେ ସଂପୃକ୍ତ ଥିବା 5 ଜଣଙ୍କୁ ଗିରଫ କରିଛନ୍ତି ।

ପୋଲିସ ଏହି 5 ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ହୋଇଥିବା ୬ ଟି ବାଇକ, 2 ଟି ପିସ୍ତଲ, 3 ଟି ଜୀବନ୍ତ ଗୁଳି,ଗୋଟିଏ ଭୁଜାଲି, 8 ଟି ମୋବାଇଲ,2 ଟି ପର୍ସ ଏବଂ 12 ଶହ ଟଙ୍କା ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ରୁବେନ ସୁରିନ,ସଂଜୟ ତାଣ୍ଡିଆ,ରୋହିତ କୁଆରଦାର,ସୁନନ୍ଦ ସାହୁ ,ମନିଲ ରୋହିଦାଶ ଗିରଫ କିରଛି ପୋଲିସ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.