ରାଉରକେଲା: ଏକ ମାମଲାରେ କୋର୍ଟରେ ବୟାନ ଦେଇ ଫେରିବା ବେଳେ ଗର୍ଜନ ମହୁଲଟୋଲା ଛକ ନିକଟରେ ଜନୈକ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଲୁଟ୍ ଘଟଣାରେ 5 ଅଭିଯୁକ୍ତ ଗିରଫ । ଜନୈକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କଠାରୁ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ ଏହି 5 ଅଭିଯୁକ୍ତ । ଗତ ଅଗଷ୍ଟ ମାସ 23 ତାରିଖରେ ଏହି ଘଟଣା ଘଟିଥିବା ବେଳେ ପୂର୍ବ ଶତୃତାରୁ ଅଭିଯୁକ୍ତମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି ।
ଅଗଷ୍ଟ ମାସ 23 ତାରିଖରେ ଗର୍ଜନର ମଙ୍ଗଳୁ କିସାନ ନିଜ ପରିବାର ସହ ରାଜଗାଙ୍ଗପୁର କୋର୍ଟକୁ ଏକ ମାମଲାରେ ବୟାନ ଦେବାକୁ ଯାଇଥିଲେ । ମୁଖ୍ୟ ଅଭିଯୁକ୍ତ ବିରୋଧରେ ବୟାନ ଦେଇ ମଙ୍ଗଳୁ ଓ ତାଙ୍କ ପରିବାର ସହ ଏକ କାର ଯୋଗେ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କ କରିଥିଲେ। ର୍ଜନ ମହୁଲଟୋଲା ଛକ ନିକଟରେ ସୁଯୋଗ ପାଇ ଅଭିଯୁକ୍ତମାନେ ତାଙ୍କ କାରକୁ ରାସ୍ତା ମଝିରେ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଲହୁଲୁହାଣ କରିବା ପରେ ତାଙ୍କ ପାଖରେ ଥିବା ୬୭ ହଜାର ଟଙ୍କା ଲୁଟି ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ- ପୂର୍ବ ଶତ୍ରୁତା ଓ ଗୋଚାଲାଣକୁ ପ୍ରତିବାଦ, ବଜରଙ୍ଗ ଦଳ ସହସଂଯୋଜକଙ୍କୁ ଗୁଳିମାଡ !
ଗୁରୁତର ମଙ୍ଗଳୁ ତଳେ ପଡ଼ି ଚିତ୍କାର କରିବାରୁ କାର୍ ଭିତରେ ବସିଥିବା ପତ୍ନୀ, ଝିଅ ଓ ଅନ୍ୟ ଦୁଇ ପଡ଼ୋଶୀ ବାହାରି ଆସିଥିଲେ । ସେମାନଙ୍କୁ ଭୟଭୀତ କରିବାକୁ ଜଣେ ଦୁର୍ବୃତ୍ତ ପିସ୍ତଲ ବାହାର କରି ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଗୁଳିକାଣ୍ଡ ଓ ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଥିବା କୁହାଯାଉଛି । ମଙ୍ଗଳୁଙ୍କ ପରିବାର ସହ ଶତ୍ରୁତା ଥିବା ଜଣେ ବ୍ୟକ୍ତି ତାଙ୍କୁ ମାରିବା ପାଇଁ ଦୁର୍ବୃତ୍ତମାନଙ୍କୁ ପଠାଇଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣାରେ ୫ ଦୁର୍ବୃତ୍ତ ଗିରଫ ହୋଇଥିବା ବେଳେ ୪ ଜଣ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କଠାରୁ ଗୋଟିଏ ବାଇକ୍, ଗୋଟିଏ ଭୁଜାଲି ଓ ୪ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁନ୍ଦୁଆପଦାର ପ୍ରବୀଣ ମିଞ୍ଜ, ବଡ଼ନୂଆଗାଁର ଉଇଲିୟମ୍ ସୋରେଙ୍ଗ, ରାନିପିଆର ନରେଶ ନାଗ, ଡୁଙ୍ଗାଜୋର ରାଜ ବାର୍ଲା , ଭଗାଟେଲାର ସୁଜିତ୍ ଭେଙ୍ଗ୍ରା ବୋଲି ଜଣାପଡିଛି । ସେପଟେ ଏବେବି ମଙ୍ଗଳୁ ହସ୍ପିଟାଲରେ ଚିକତ୍ସାଧୀନ ରହିଥିବା ସୂଚନା ମିଳିଛି ।
ଇଟିଭି ଭାରତ, ରାଉରକେଲା