ETV Bharat / state

ପୋଲିସ ଷ୍ଟେସନ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ପାଳନ କଲା ନାଗରିକ ସୁରକ୍ଷା ମଞ୍ଚ

author img

By

Published : Aug 11, 2023, 7:46 PM IST

ପୋଲିସ ଥାନା ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ପାଳନ କଲା ନାଗରିକ ସୁରକ୍ଷା ମଞ୍ଚ । ଅଖଚକ ବନ୍ଦରେ ସ୍ଥାନୀୟ ଲୋକେ ପ୍ରଭାବିତ । ଅଧିକ ପଢନ୍ତୁ

ପୋଲିସ ଥାନା ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ପାଳନ

ରାଉରକେଲା: ଲୋକଙ୍କ ସୁରକ୍ଷା ଏବଂ ଅଞ୍ଚଳର ସୁରକ୍ଷାକୁ ନେଇ ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ପାଳନ କଲା ନାଗିରିକ ସୁରକ୍ଷା ମଞ୍ଚ । ପୋଲିସ ଥାନା ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ପାଳନ କଲା ନାଗରିକ ସୁରକ୍ଷା ମଞ୍ଚ । ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ଏହି ସ୍ଥାନରେ ଏବେ ଅପରାଧୀକ କାର୍ଯ୍ୟକଳାପ ବ୍ୟାପକ ବୃଦ୍ଧି ପାଉଛି । କିଛି ଦିନ ତଳେ ବିଲେଇମୁଣ୍ଡାରେ ରହୁଥିବା ହେମଗିର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ଯକ୍ଷ ଗୋପାଳ ପ୍ରଧାନଙ୍କ ଘରେ ସଶସ୍ତ୍ର ଡକାୟତି ପରେ ସାଧାରଣରେ ଏଭଳି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିକାଶ ନାୟକ ନାଗରିକ ସୁରକ୍ଷା ମଞ୍ଚ ସମ୍ପାଦକ କହିଛନ୍ତି, "ବିଲେଇମୁଣ୍ଡାରେ ପୋଲିସ ଫାଣ୍ଡି ନଥିବାରୁ ହେମଗିରି ଥାନା ପୋଲିସ ପହଞ୍ଚିବାରେ ବିଳମ୍ବ ହେଉଛି । ତେବେ ପୋଲିସ ପହଞ୍ଚିବା ଭିତରେ ଅପରାଧ ଘଟିଯାଉଛି । ତେଣୁ ଏହି ସ୍ଥାନରେ ଥାନା ସ୍ଥାପନ କରାଯାଉ । ଏହି ଅଞ୍ଚଳରେ କୋଇଲା ଖଣି ଥିବାରୁ ପରିବହନଜନିତ ଦୁର୍ଘଟଣା ସହ ଡକାୟତି, ଚୋରି ବୃଦ୍ଧି ବିପୁଳ ମାତ୍ରାରେ ବୃଦ୍ଧି ପାଇଛି । ବିଶେଷ କରି ଅପରାଧିକ କାର୍ଯ୍ୟକଳାପରେ ସୀମାନ୍ତ ଛତିଶଗଡ଼ର ଅପରାଧୀମାନେ ସାମିଲ ରହୁଛନ୍ତି । ଏହା ଉଭୟ ପୋଲିସ ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପୋଲିସ ଥାନା ପ୍ରତିଷ୍ଠା ହେଲେ ଅପରାଧ ଉପରେ ଅଙ୍କୁଶ ଲାଗି ପାରିବା ନେଇ ଆଶା ପ୍ରକାଶ ପାଉଛି ।"

ଏହାକୁ ଦୃଷ୍ଟିରେ ରଖି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଶୁକ୍ରବାର ଦିନ ବାର ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ଡାକରା ଦିଆଯାଇଛି । ଦୋକାନ ବଜ଼ାର ବନ୍ଦ ରହିବା ସହ ଛତିଶଗଡ଼କୁ କୋଇଲା ପରିବହନ ବନ୍ଦ ରହିଛି । ବିଲେଇମୁଣ୍ଡା ଅଞ୍ଚଳରେ ବେଦାନ୍ତର ଜାମକାନି କୋଇଲା ଖଣି ଚାଲିଥିବାବେଳେ ଆଗକୁ ବହୁ କୋଇଲା ଖଣି ଖୋଲିବାର ଅଛି । ତେବେ ଟ୍ରାଫିକ ସମସ୍ୟା ସହ କୋଇଲା ପରିବହନ ତଥା ବେପାରକୁ ନେଇ ଅପରାଧ ବଢ଼ିବା ସମ୍ଭାବନା ରହିଛି ।

ତେଣୁ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ଏସବୁ ଆ‌ଇନଶୃଙ୍ଖଳା ଓ ଅପରାଧିକ ଗତିବିଧି ରୋକିବାକୁ ସୀମାନ୍ତରେ ନୂଆ ଥାନା ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି । ହେମଗିର ବ୍ଲକ୍ ବିଲେଇମୁଣ୍ଡାରେ ପୋଲିସ ଥାନା ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ସମ୍ପୂର୍ଣ୍ଣ ସଫଳ ଭାବରେ ପାଳନ ହୋଇଛି । ଏହି ବନ୍ଦ ସମୟରେ ରାସ୍ତା କଡ଼ରେ ଶହଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ମୁତୟନ ହୋଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.