ETV Bharat / state

ସହକାରୀ ଜିଲ୍ଲାପାଳ-ASI ମୃତ୍ୟୁର ସିବିଆଇ ତଦନ୍ତ ଦାବି; ଆଜି ସୁନ୍ଦରଗଡ଼ ବନ୍ଦ - ରାଉରକେଲା ସହକାରୀ ଜିଲ୍ଲାପାଳ ମୃତ୍ୟୁ

ସହକାରୀ ଜିଲ୍ଲାପାଳ-ASI ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି । ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ । ଅଧିକ ପଢନ୍ତୁ

ଆଜି ସୁନ୍ଦରଗଡ଼ ବନ୍ଦ
ଆଜି ସୁନ୍ଦରଗଡ଼ ବନ୍ଦ
author img

By ETV Bharat Odisha Team

Published : Oct 5, 2023, 2:06 PM IST

ଆଜି ସୁନ୍ଦରଗଡ଼ ବନ୍ଦ

ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଅଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଆଜି ସୁନ୍ଦରଗଡ ବନ୍ଦ । ବିଜେପି ମହିଳା ମୋର୍ଚ୍ଚା ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଫଳରେ ଜିଲ୍ଲାରେ ଗାଡିମୋଟର ଚଳାଚଳ, ଦୋକାନ ବଜାର ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସବୁ ବନ୍ଦ ରହିଛି । ମାତ୍ର ବନ୍ଦ ପାଳନରୁ ସମସ୍ତ ଜରୁରୀକାଳୀନ ସେବା ଯଥା ଔଷଧ ଦୋକାନ, ଡାକ୍ତରଖାନା, ଆମ୍ବୁଲାନ୍ସ ସେବା, ଜଳ ଓ ବିଦ୍ୟୁତ ସେବା ଇତ୍ୟାଦି ବାଦ୍ ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ପାଇଁ ମହିଳା ମୋର୍ଚ୍ଚା ଜନସାଧରଣଙ୍କୁ ଅପିଲ କରିଥିବା ବେଳେ ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି ।

ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଯାଇଥିଲେ ହେଁ ଏହା ଉପରୁ ପରଦା ହଟି ପାରୁନି । ତେଣୁ ସୁସ୍ମିତା ମିଞ୍ଜଙ୍କ ସହ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ସହିତ ନିରପେକ୍ଷ ତଦନ୍ତ ପାଇଁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ଏହି ପରିପ୍ରେକ୍ଷୀରେ ଆଜି ରାଜନୈତିକ ଓ ସାମାଜିକ ଗୋଷ୍ଠୀଙ୍କ ସହ ସ୍ଥାନୀୟ ବାସିନ୍ଦାମାନେ ଏକାଠି ହୋଇ ମୃତ ଏଏସଆଇ ଓ ସହକାରୀ ଜିଲ୍ଲାପାଳଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ରାଉରକେଲା ସହର ସମେତ ସୁନ୍ଦରଗଡ଼, କୋଇଡା, ବଣାଇ, ହେମଗିରି, ବିଶ୍ରା, ଲାଠିକଟା ଅଞ୍ଚଳରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଏକାଠି ହେଲେ ଶହ ଶହ ଆଦିବାସୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖରେ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବରିଷ୍ଠ ଅଧିକାରୀମାନେ ସଂଶ୍ଲିଷ୍ଟ ଥିବା ନେଇ ପରିବାରବର୍ଗ ଅଭିଯୋଗ ଆଣିଥିଲେ । ତେବେ ଶ୍ବାଶରୁଦ୍ଧ ହେବାରୁ ସୁସ୍ମିତାଙ୍କ ମୃତ୍ୟୁ ହୋଇଥିବା ତାଙ୍କର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ତେବେ ତାଙ୍କର ଶରୀରରେ ଏକାଧିକ ସ୍ଥାନରେ କ୍ଷତି ଚିହ୍ନ ରହିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ଏବଂ ଘଟଣାର ନିରପେକ୍ଷ ତଦନ୍ତ ହେଲେ ହିଁ ପ୍ରକୃତ ସତ ପଦାକୁ ଆସିବ ବୋଲି କହିଥିଲେ । ସେପଟେ ସୁନ୍ଦରଗଡ଼ ଜିଲ୍ଲାର ଉଦିତନଗର ଥାନାରେ କାର୍ଯ୍ୟରତ ମହିଳା ଏଏସଆଇ ଲୁଗୁନଙ୍କ ମୃତ୍ୟୁକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗଣ୍ଡଗୋଳରେ କିଛି ଦୁର୍ବୃତ୍ତ ମାଡ଼ ମାରିଥିଲେ । ଯେଉଁ କାରଣରୁ ତାଙ୍କର ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.