ETV Bharat / state

ସୁନ୍ଦରଗଡରେ ଆଉ 112 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - ସୁନ୍ଦରଗଡରେ 112 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

ଚିନ୍ତା ବଢାଉଛି କୋରୋନା ସଂକ୍ରମଣ । ଗୋଟିଏ ଦିନରେ ସାମ୍ନାକୁ ଆସିଲା 112 ନୂଆ କୋରୋନା ପଜିଟିଭ । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ଆଉ 112 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

author img

By

Published : Jul 29, 2020, 1:57 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ବୁଧବାର ଆଉ 112 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ 1224ରେ ପହଞ୍ଚିଛି। ଆକ୍ରାନ୍ତ 112 ଜଣଙ୍କ ମଧ୍ୟରେ ରାଉରକେଲା OSAP ଚତୁର୍ଥ ବାଟାଲିୟନ ସହ OSAP କଲୋନୀର 15 ଜଣ ଅଛନ୍ତି ।

ସୁନ୍ଦରଗଡରେ ଆଉ 112 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡରେ ଆଉ 112 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

ଅଧିକ ଟେଷ୍ଟ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଆଜି(ବୁଧବାର) IGH ରେ ଉଦଘାଟନ ହେବାକୁ ଥିବା ପ୍ଲାଜମା ବ୍ୟାଙ୍କର ଉଦଘାଟନ କୌଣସି କାରଣରୁ ସ୍ଥଗିତ ରହିଛି।

ପୂର୍ବରୁ ରାଉରକେଲା ମହାନଗର ନିଗମରେ 5 ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ହେବା ପରେ ସାଧାରଣ ଲୋକଙ୍କ ଲାଗି କାର୍ଯ୍ୟାଳୟକୁ ଆସିବା ଉପରେ କଟକଣା ଜୁଲାଇ 31 ପର୍ଯ୍ୟନ୍ତ ଲାଗୁ କରାଯାଇଥିବାବେଳେ ଆଜି ପୁଣି ମ୍ୟୁନିସିପାଲିଟି କଲୋନୀରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବୃଦ୍ଧି ପାଉଥିବା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବର୍ତ୍ତମାନ କୋଭିଡ ଚିକିତ୍ସା କେନ୍ଦ୍ରର ବେଡ ସଂଖ୍ୟାରେ ବୃଦ୍ଧି କରାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.