ରାଉରକେଲା: ସୁନ୍ଦରଗଡ ଜିଲ୍ଲା ସୋରଡା ଅଞ୍ଚଳରୁ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା । ଘଟଣାକୁ ନେଇ ପରିବାର ପକ୍ଷରୁ ବିଶ୍ରା ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଛାତ୍ରୀଙ୍କ ନିଖୋଜକୁ ନେଇ ନୂଆଗାଁ ବ୍ଲକ ସୋରଡା ଅଞ୍ଚଳର ଇମଦାଦ ଅନସାରି ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ