ETV Bharat / state

ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି କରି ସୁବର୍ଣ୍ଣପୁରରେ ପହଞ୍ଚିଲେ ସତ୍ୟବ୍ରତ

author img

By

Published : Feb 14, 2020, 9:46 PM IST

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି କରି ଓଡିଶାର ବିଭିନ୍ନ ବ୍ଲକକୁ ପଦଯାତ୍ରାରେ ବାହାରିଥିବା ଜଗତସିଂହପୁର ବାଲିକୁଦାର ସତ୍ୟବ୍ରତ ଦାସଙ୍କୁ ସହରରେ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...

youth-walking-all-odisha-for-demanding-special-status-of-state
ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି କରି ସୁବର୍ଣ୍ଣପୁରରେ ପହଞ୍ଚିଲେ ସତ୍ୟବ୍ରତ

ସୁବର୍ଣ୍ଣପୁର: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି କରି ଓଡିଶାର ବିଭିନ୍ନ ବ୍ଲକକୁ ପଦଯାତ୍ରାରେ ବାହାରିଥିବା ଜଗତସିଂହପୁର ବାଲିକୁଦାର ସତ୍ୟବ୍ରତ ଦାସଙ୍କୁ ସହରରେ ସ୍ବାଗତ କରାଯାଇଛି । ସହରର ସ୍ବେଚ୍ଛାସେବୀ ମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି ।

ମହାନଦୀରେ ଜଳ ସଂରକ୍ଷଣ, ସ୍ଵଚ୍ଛ ଓ ନିର୍ମଳ ମହାନଦୀ, ପୋଲାଭରାମ ପ୍ରକଳ୍ପ ପାଇଁ ମାଲକାନଗିରି ଜିଲ୍ଲାର ଚାଷଜମି ଜଳମଗ୍ନ ଆଦି ବିଭିନ୍ନ ପ୍ରତିବାଦ ସହିତ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଆଦି ଦାବି କରି ପଦଯାତ୍ରାରେ ସୁବର୍ଣ୍ଣପୁର ସହରରେ ପହଞ୍ଚିଥିଲେ । ସହରରେ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ସହିତ ଆଲୋଚନା କରି ସତ୍ୟବ୍ରତ ତରଭା ବ୍ଲକକୁ ପଦଯାତ୍ରାରେ ଯାଇଛନ୍ତି । ଚାଲି ଚାଲି ତାଙ୍କ ପାଦ ଦୁଇଟି ଫୁଲି ଯାଇଥିବା ବେଳେ କଷ୍ଟ କଲେ କୃଷ୍ଣ ମିଳେ ବୋଲି କହି ପୁଣି ସେ ନିଜ ଗନ୍ତବ୍ୟ ପଥରେ ଜାତୀୟ ପତାକାକୁ ଧରି ଚାଲୁଥିବା ଦେଖିବାକୁ ମିଳିଛି ।

ସତ୍ୟବ୍ରତ ଯାଜପୁର ବାଲିଚଣାରୁ ପଦଯାତ୍ରାରେ ବାହାରି ରାଜ୍ୟର ସମସ୍ତ 315ଟି ବ୍ଲକରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି । ଏଯାଏ ସେ 145ଟି ବ୍ଲକରେ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ 218 ଦିନ ପଦଯାତ୍ରା କରି ସାରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.