ସୁବର୍ଣ୍ଣପୁର: ବିଦ୍ୟୁତ ଆଘାତରେ ଯୁବକର ମୃତ । ବିଦ୍ୟୁତ ଆଘାତପ୍ରାପ୍ତ ହେବା ପରେ ଯୁବକ ଜଣକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଧୁଙ୍ଗିଆପଦର ଗାଁର 25 ବର୍ଷୀୟ ଶୁକ୍ର ନାଏକ ନିଜ ଟେଲିଭିଜନ ମରାମତି କରୁଥିବା ସମୟରେ ବିଦ୍ୟୁତ ଆଘାତ ପାଇଥିଲେ । ଅସାବଧାନତାରୁ ଖୋଲା ବିଦ୍ୟୁତ ତାରକୁ ଛୁଇଁ ଦେବାରୁ ହଠାତ ସଂଜ୍ଞା ହୀନ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ପରିବାର ଲୋକେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତରଖାନାକୁ ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ