ETV Bharat / state

ଭୋଜି କରିବାକୁ ଯାଇ ମହାନଦୀରେ ଭାସିଗଲେ ଯୁବକ - ମହାନଦୀର ପାଚେରୀ ଘାଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୋଜି କରିବାକୁ ଯାଇଥିବା ବେଳେ ଯୁବକଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ସହରର ମହାନଦୀର ପାଚେରୀ ଘାଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ ଓ ଅଗ୍ନିଶମ ବିଭାଗ ।

ଭୋଜି ହେଲା କାଳ,  ଭୋଜି କରିବାକୁ ଯାଇଥିବା ବେଳେ ଯୁବକଙ୍କ ମୃତ୍ୟୁ

author img

By

Published : Jan 10, 2022, 2:04 PM IST

ସୁବର୍ଣ୍ଣପୁର: ମହାନଦୀ ଗର୍ଭରେ ଭୋଜି ହେଲା କାଳ । ଭୋଜି କରିବାକୁ ଯାଇଥିବା ବେଳେ ଯୁବକଙ୍କ ମୃତ୍ୟୁ । ସହରର ମହାନଦୀର ପାଚେରୀ ଘାଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବିଭାଗ । ମୃତକ ଜଣଙ୍କ ହେଉଛନ୍ତି ବଡବଜାର ଘାସିପଡାର ଜଲାର ସିଂ ବାଘ । ନଦୀର ଭାସିଯାଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଭୋଜି ହେଲା କାଳ, ଭୋଜି କରିବାକୁ ଯାଇଥିବା ବେଳେ ଯୁବକଙ୍କ ମୃତ୍ୟୁ

ସୂଚନାନୁଯାୟୀ, ଗତକାଲି ଯୁବକ ଜଣଙ୍କ ମହାନଦୀ ନିକତଟକୁ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ । ତେବେ ଭୋଜି ସ୍ଥାନରୁ ଅଳ୍ପ କିଛି ଦୂରକୁ ସେ ସ୍ନାନ କରିବାକୁ ଯାଇ ଆଉ ଫେରିନଥିଲେ । ଆଜି ସକାଳ ସମୟରେ ସହରର ଯାତ୍ରୀନିବାସ ସମ୍ମୁଖରେ ଥିବା ପାଚେରୀ ଘାଟ ଠାରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ଓ ଦମକଳ ବାହିନୀକୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ନଦୀର ପ୍ରଖର ସ୍ରୋତରେ ଭାସି ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏନେଇ ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ସଂପର୍କରେ ପଚରାଉଚୁରା ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.