ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ - youth congress

ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଓ ବୁଣାକାରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

protest infront of collector office
ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
author img

By

Published : Aug 6, 2020, 3:23 PM IST

ସୁବର୍ଣ୍ଣପୁର: ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଓ ବୁଣାକାରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କୋଭିଡ-19 ପାଇଁ ଜିଲ୍ଲାର ବୁଣାକାରଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇ ପଡିଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଉତ୍ପାଦନ ହେଉଥିବା ସୂତା ଓ ପାଟ ବସ୍ତ୍ର ବିକ୍ରିରେ ବେଶ ହ୍ରାସ ହୋଇଛି । ବୁଣାକାରମାନେ ବି ବେଶ କମ ମଜୁରୀ ପାଉଥିବା କହିଛନ୍ତି । ତେବେ ବୁଣାକାର ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ଛାତ୍ରଛାତ୍ରୀଙ୍କ ସ୍କୁଲ ଓ କଲେଜ ଫି ଛାଡ କରିବା ପାଇଁ ଦାବି କରିଛନ୍ତି ।

ଏହାସହ ଗରିବ ବୁଣାକାରଙ୍କୁ ତନ୍ତ, ତନ୍ତଶାଳା ପାଇଁ ଆର୍ଥିକ ସହାୟତା, ରିହାତି ଦରରେ ସୂତା, ରଙ୍ଗ, ମାଗଣା ଚକ୍ଷୁ ଚିକିତ୍ସା ତଥା ପରିବାରର ସମସ୍ତ ସଦସ୍ୟଙ୍କୁ ବୀମାଭୁକ୍ତ କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.