ETV Bharat / state

ଛାତରେ ଶୋଇଥିବା ବେଳେ ଯୁବକଙ୍କୁ ଆକ୍ରମଣ

ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ସନ୍ଦେହ । ସୁବର୍ଣ୍ଣପୁର କର୍ଣ୍ଣାପାଲିରେ ଘଟିଛି ଏହି ଘଟଣା । ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ।

author img

By

Published : Jun 10, 2019, 12:48 PM IST

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର : ଛାତ ଉପରେ ଶୋଇଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କର୍ଣ୍ଣାପାଲିରେ ରବିବାର ବିଳମ୍ବିତ ରାତିରେ ଘଟିଥିଲା ଏହି ଘଟଣା ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ଯୁବକ ଜଣକ କର୍ଣ୍ଣାପାଲିର ବାସୁଦେବ ଖଣ୍ଡଗିରି ବୋଲି ଜଣାପଡିଛି । ବାସୁଦେବ ଗତରାତିରେ ତାଙ୍କ ଘର ଛାତରେ ଶୋଇଥିବା ବେଳେ କେହି ର୍ଦୁବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।

ତେବେ କିଏ ଏବଂ କାହିଁକି ବାସୁଦେବଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା ତାହା ଜଣାପଡିନାହିଁ । ଏବେ ପର୍ଯ୍ୟନ୍ତ ଥାନାରେ ବାସୁଦେବଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ । କିନ୍ତୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

Intro:Body:

fsfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.