ETV Bharat / state

ତାନ୍ତ୍ରିକ ପଦ୍ଧତିରେ ଦେବୀ ଦୁର୍ଗାଙ୍କ ଆରାଧନା

author img

By

Published : Oct 24, 2020, 8:07 AM IST

ନବରାତ୍ରୀରେ ସୁବର୍ଣ୍ଣପୁରରେ ଚାଲିଛି ଦୁର୍ଗାପୁଜା । ତେବେ ସହରରେ ତାନ୍ତ୍ରିକ ପଦ୍ଧତିରେ ଦେବୀ ଦୁର୍ଗାଙ୍କୁ କରାଯାଉଛି ଆରଧନା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ତାନ୍ତ୍ରିକ ପଦ୍ଧତିରେ ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା

ସୁବର୍ଣ୍ଣପୁର: ତନ୍ତ୍ର ପୀଠ ସୁବର୍ଣ୍ଣପୁର । କାହିଁ କେତେ ଦିନରୁ ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ହେଉଛି ଦେବୀ ମା' ଦୁର୍ଗାଙ୍କ ଆରାଧନା । ବିଶେଷକରି ଆଶ୍ବିନ ମାସରେ ସହରର ଅଷ୍ଟଚଣ୍ଡୀଙ୍କ ପୀଠ ସମେତ ଦେବୀ ମା' ଦୁର୍ଗାଙ୍କ ମଣ୍ଡପ ଗୁଡିକରେ ତାନ୍ତ୍ରିକ ଆରାଧନା କରାଯାଏ । ଆଶ୍ବିନରେ ଦୁର୍ଗାଙ୍କ ତନ୍ତ୍ର ଆରାଧନା ଏଇ ସହରରେ ବହୁ ପୁରୁଣା ।

ତେବେ ଏଥର କୋଭିଡ କଟକଣା ଭିତରେ ଦେବୀଙ୍କ ପୂଜା ଆରାଧନା ଆରମ୍ଭ ହୋଇଛି । ଶୁକ୍ରବାର ମଣ୍ଡପ ଗୁଡିକରେ ସପ୍ତମୀ ପୂଜା ପାଳନ କରାଯାଇଛି । ସେହିପରି ବ୍ରତଧାରୀ ମାନେ ବିଭିନ୍ନ ମଣ୍ଡପରେ ଭାଇ ଜିଉନ୍ତିଆ ପର୍ବ ପାଳନ କରିଛନ୍ତି । ଜିଲ୍ଲା ପୋଲିସ ଜାରି କରିଥିବା ପୂଜା ଗାଇଡଲାଇନ ଅନୁଯାୟୀ ଦେବୀଙ୍କ ଆରାଧନା କରାଯାଉଛି । ସହରରେ ମଣ୍ଡପ ଗୁଡ଼ିକରେ ଓ ଅଷ୍ଟଚଣ୍ଡୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇ ଥିଲେ ବି କିଛି ଶ୍ରଦ୍ଧାଳୁ ସନ୍ଧ୍ୟାରେ ଦେବୀଙ୍କ ଦର୍ଶନ କରିଛନ୍ତି ।

ତେବେ ସୁରକ୍ଷା ଦୃଷ୍ଟିରୁ ଓ କୋଭିଡ କଟକଣା ପାଇଁ ମଣ୍ଡପ ଗୁଡ଼ିକରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.