ETV Bharat / state

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ନେଇ ବନବିଭାଗର ପ୍ରଶିକ୍ଷଣ ଶିବିର - subarnapur news

ଜିଲ୍ଲାରେ ପ୍ରତିବର୍ଷ ବଢୁଛି ବିଦେଶୀ ପକ୍ଷୀଙ୍କ ଆଗମନ । ଏହି କ୍ରମରେ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ବନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି ।

Workshop for protection of exotic birds in Subarnapur
ବିଦେଶୀ ପକ୍ଷୀଙ୍କ ସୁରକ୍ଷା ନେଇ ବନବିଭାଗର ପ୍ରଶିକ୍ଷଣ ଶିବିର
author img

By

Published : Dec 26, 2019, 9:58 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ପ୍ରତିବର୍ଷ ବଢୁଛି ବିଦେଶୀ ପକ୍ଷୀଙ୍କ ଆଗମନ । ବିଶେଷ କରି ଶୀତ ଋତୁରେ ବିଭିନ୍ନ ସ୍ଥାନରୁ ସହରକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଯଦିଓ ଅଳ୍ପ କିଛି ଦିନ ପାଇଁ ଏହି ପକ୍ଷୀ ସୁବର୍ଣ୍ଣପୁର ସହରକୁ ଆସିଥାନ୍ତି, ତଥାପି ବନ ବିଭାଗ ଏମାନଙ୍କ ସୁରକ୍ଷା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରୁଛି ।

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ନେଇ ବନବିଭାଗର ପ୍ରଶିକ୍ଷଣ ଶିବିର

ଏହାସହ ଜନସାଧାରଣଙ୍କୁ ସଚେତନ କରିବା ସହିତ ପ୍ରଶିକ୍ଷଣ ଶିବିର ଆୟୋଜନ କରି ବିଦେଶୀ ପକ୍ଷୀ ବସବାସ କରୁଥିବା ସ୍ଥାନ ଗୁଡିକରେ ଡ଼ାକବାଜି ଯନ୍ତ୍ର ଆଦି ବ୍ୟବହାର କରିବାକୁ ମନା କରାଯାଇଛି । ତେବେ ଏହି ବିଦେଶୀ ପକ୍ଷୀ ସହରର ରାମେଶ୍ବର ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର, ମହାନଦୀ ଓ ଅର୍ଜୁନପୁର ଜଙ୍ଗଲରେ ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ ଦେଖା ଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ପକ୍ଷୀ ଶିକାର ନକରିବା ପାଇଁ ଜନସାଧାରଣ ଭିତରେ ସଚେତନତା ସୃଷ୍ଟି କରାଯାଉଛି ।

ମଙ୍ଗଳବାର ଆୟୋଜିତ କର୍ମଶାଳାରେ ଜିଲ୍ଲା ବନ ଅଧିକାରୀ ସୁଶାନ୍ତ ସାମନ୍ତରାୟ, ଜୀବ ବୈଜ୍ଞାନିକ ଉମାକାନ୍ତ ନାଗ, ବନ ଅଧିକାରୀ ସୁଶୀଳ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ପକ୍ଷୀଙ୍କ ସୁରକ୍ଷା ବିଷୟରେ ନିଜର ମତ ରଖିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ବର୍ଷକୁ ବର୍ଷ ସୁବର୍ଣ୍ଣପୁର ସହରରେ ବିଦେଶୀ ପକ୍ଷୀଙ୍କ ଆଗମନ ବଢ଼ିବାରେ ଲାଗିଛି।ବିଶେଷକରି ଶୀତ ଦିନରେ ସହରର ବିଭିନ୍ନ ଯାଗାକୁ ବିଦେଶୀ ପକ୍ଷୀ ବସବାସ କରୁଛନ୍ତି।ଯଦିଓ ଅଳ୍ପ କିଛି ଦିନ ପାଇଁ ଏହି ପକ୍ଷୀମାନେ ସୁବର୍ଣ୍ଣପୁର ସହରକୁ ଆସୁଛନ୍ତି ତଥାପି ବନ ବିଭାଗ ଏହି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି।ଜନସାଧାରଣଙ୍କୁ ସଚେତନ କରିବା ସହିତ ପ୍ରଶିକ୍ଷଣ ଶିବିର ଆୟୋଜନ କରି ବିଦେଶୀ ପକ୍ଷୀ ବସବାସ କରୁଥିବା ଯାଗା ଗୁଡିକରେ ଡ଼ାକବାଜି ଯନ୍ତ୍ର ଆଦି ବ୍ୟବହାର କରିବାକୁ ମନା କରାଯାଉଛି।ସହରର ରାମେଶ୍ୱର ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର, ମହାନଦୀ ଓ ଅର୍ଜୁନପୁର ଜଙ୍ଗଲରେ ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ ଦେଖା ଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Body:ବନ ବିଭାଗ ପକ୍ଷରୁ ପକ୍ଷୀ ଶିକାର ନ କରିବା ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି।ଆଜି ଆୟୋଜିତ କର୍ମଶାଳାରେ ଜିଲ୍ଲା ବନ ଅଧିକାରୀ ସୁଶାନ୍ତ ସାମନ୍ତରାୟ , ଜୀବ ବୈଜ୍ଞାନିକ ଉମାକାନ୍ତ ନାଗ, ବନ ଅଧିକାରୀ ସୁଶୀଳ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ପକ୍ଷୀଙ୍କ ସୁରକ୍ଷା ବିଷୟରେ ନିଜନିଜର ମତ ରଖିଥିଲେ ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.