ସୁବର୍ଣ୍ଣପୁର: ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗୃହିଣୀମାନେ । ଖରା ତାତି ଯେତିକି ବଢ଼ୁଛି ତାଠୁ ଜଳ କଷ୍ଟ ଅଧିକ ହେଉଛି । ତେବେ ପିଇବା ପାଣି ଯୋଗାଇ ଦେବାର ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ମହିଳାମାନେ ।


ବୀରମହାରାଜପୁର ସଦର ମହକୁମାର ଟାଙ୍ଗରସାହିରେ ଆଜକୁ ବହୁ ବର୍ଷ ଧରି ପାଣି ଟାଙ୍କି ନିର୍ମାଣ କରି ପାଣି ଯୋଗାଇ ଦେବାକୁ ଦାବି ହୋଇ ଆସୁଥିଲେ ବି ପାଣିଟାଙ୍କି ତିଆରି କରାଯାଇ ପାରିନାହିଁ କି ପାଣି ଯୋଗାଇ ଦିଆଯାଇ ପାରୁନାହିଁ । ଫଳରେ ସାହିରେ ପାନୀୟଜଳ ସଙ୍କଟ ଦେଖାଦେଇଛି ।
ମହିଳାମାନେ ପ୍ରାୟ ଏକ କିଲୋମିଟର ପାଣି ଆଣିବାକୁ ଯାଉଛନ୍ତି । ଟାଙ୍ଗରସାହିରେ ନଳକୂପ ଥିଲେ ବି ଖାଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଗୃହିଣୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ପାନୀୟ ଜଳ ବ୍ୟବସ୍ଥା କରା ନଗଲେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ମହିଳାମାନେ ଉପଖଣ୍ଡ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ