ସୁବର୍ଣ୍ଣପୁର: ଦିନକ ପରେ ଶନିବାର ପାଳନ ହେବ ଗଣେଷ ଚତୁର୍ଥୀ ଓ ପଞ୍ଚମୀ ଅର୍ଥାତ ରବିବାର ପାଳନ ହେବ ନୂଆଁଖାଇ । ଏହାକୁ ନଜରରେ ରଖି ସୁବର୍ଣ୍ଣପୁରରେ କୋହଳ ହୋଇଛି ସାପ୍ତାହିକ କଟକଣା । ଜୁଲାଇ ମାସରୁ ଜିଲ୍ଲାରେ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଲାଗୁ ହେଉଥିବା ବେଳେ ଗଣେଶ ଚତୁର୍ଥୀ ଓ ନୂଆଁଖାଇକୁ ନଜରରେ ରଖି ଚଳିତ ସପ୍ତାହ ଏହି ସଟଡାଉନକୁ ବାତିଲ କରାଯାଇଛି ।
![weekly shutdown in subarnapur, subarnapur latest news, nuakhai in subarnapur, shutdown relaxation in subarnapur, ସୁବର୍ଣ୍ଣପୁରରେ ସାପ୍ତାହିକ ସଟଡାଉନ, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍, ସୁବର୍ଣ୍ଣପୁରରେ ନୂଆଁଖାଇ, ସୁବର୍ଣ୍ଣପୁରରେ ସଟଡାଉନ ନିୟମ କୋହଳ](https://etvbharatimages.akamaized.net/etvbharat/prod-images/od-son-01-no-shut-down-for-nabarna-avo-od10013_21082020100111_2108f_1597984271_1006.jpg)
ଏନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଅବସରରେ ପୋଲିସ ପକ୍ଷରୁ ଗାଡି ମୋଟର ଚେକିଂ, ମାସ୍କ ଚେକିଂ, ଜନସମାଗମ ଓ ଗହଳି ଜାଗାରେ ସାମାଜିକ ଦୂରତ୍ବ ଉପରେ କଡା ନଜର ରଖାଯିବା ନେଇ ସ୍ପଷ୍ଟ ହୋଇଛି । ସେପଟେ ନୂଆଁଖାଇକୁ ନେଇ ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ