ସୁବର୍ଣ୍ଣପୁର: ଉତ୍ତର, ଉପକୂଳ ଓ ଉତ୍ତର ପଶ୍ଚିମ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ପାଣି ଘେରରେ ଶହଶହ ଗାଁ, ଲକ୍ଷଲକ୍ଷ ଲୋକେ । ଜନ, ଜୀବନ ଯାତାୟତ ବାଧାପ୍ରାପ୍ତ । ରେଳ ଧାରଣାରେ ପାଣି ଜମି ଥିବାରୁ ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ‘ଇସ୍ପାତ ଏକ୍ସପ୍ରେସ’ ଅଟକି ରହିଛି ।
ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଡୁଙ୍ଗୁରିପାଲି ସମ୍ବଲପୁର ରାସ୍ତାର ରେଲୱେ ଟ୍ରାକରେ ପ୍ରବଳ ବର୍ଷା ପାଣି ଥିବାରୁ ଟ୍ରେନ ଡୁଙ୍ଗୁରିପାଲି ଷ୍ଟେସନରେ ଅଟକି ରହିଛି । ଟିଟିଲାଗଡରୁ କୋଲକାତା ହାୱଡା ଯାଉଥିବା ଇସ୍ପାତ ଏକ୍ସପ୍ରେସ ମଙ୍ଗଳବାର 8 ଟାରେ ଡୁଙ୍ଗୁରିପାଲି ଷ୍ଟେସନକୁ ପହଞ୍ଚିଥିଲେ । ହେଲେ ଷ୍ଟେସନ ମାଷ୍ଟର ଆଗକୁ ଯିବା ପାଇଁ ଅନୁମତି ନ ଦେବାରୁ ଷ୍ଟେସନରେ ଗାଡିଟି ଅଟକି ରହିଛି ।
ଘଣ୍ଟାଏ ଦୁଇଘଣ୍ଟା ପରେ ଟ୍ରାକରୁ ପାଣି ହଟିଯିବ ବୋଲି ଷ୍ଟେସନ ମାଷ୍ଟର କହିବାରୁ ଯାତ୍ରୀମାନେ ଆଶ୍ବସ୍ତି ଅନୁଭବ କରିଥିଲେ । ହେଲେ ଦିନ ଗୋଟାଏ ପର୍ଯ୍ୟନ୍ତ ପାଣି କମି ନ ଥିବାରୁ ଟ୍ରେନଟି ଅଟକି ରହିଛି । ଏକ ଛୋଟିଆ ଷ୍ଟେସନ ହୋଇଥିବାରୁ ଏଠାରେ ଯାତ୍ରୀ ମାନେ ଖାଦ୍ୟପାନୀୟ ବ୍ୟବସ୍ଥା କରିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଜିଲ୍ଲାର ଏକମାତ୍ର ଷ୍ଟେସନରେ ଏପରି ଅବସ୍ଥାରେ ଯାତ୍ରୀମାନେ ଅସନ୍ତୋଷ ଜାହିର କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ