ETV Bharat / state

ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ଡ୍ରେନ ପାଣି, ନିରବଦ୍ରଷ୍ଟା ପୂର୍ତ୍ତବିଭାଗ

ସୁବର୍ଣ୍ଣପୁର ସହର ପ୍ରୋଗ୍ରେସ ଇନରୁ ବିନିକା ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି । ନାନା ଅସୁବିଧା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ...

ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ଡ୍ରେନ ପାଣି, ପୂର୍ତ୍ତବିଭାଗ ନିରବଦ୍ରଷ୍ଟା

author img

By

Published : Jun 14, 2020, 3:06 PM IST

Updated : Jun 14, 2020, 3:45 PM IST

ସୁବର୍ଣ୍ଣପୁର: ବର୍ଷା ଋତୁ ଆରମ୍ଭ ନହେଉଣୁ ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି । ଯାହା ଏକ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏହା କୌଣସି ଅପାନ୍ତର ରାଇଜ ନୁହେଁ । ଏହା ହେଉଛି ସୁବର୍ଣ୍ଣପୁର ସହର ପୂର୍ତ୍ତ ବିଭାଗର ଏକ ରାସ୍ତାର ଦୃଶ୍ୟ । ଯେଉଁଠି ଜମି ରହିଛି ଆଣ୍ଠୁଏ ଉଚ୍ଚାର ଡ୍ରେନ ପାଣି ।

ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ଡ୍ରେନ ପାଣି, ନିରବଦ୍ରଷ୍ଟା ପୂର୍ତ୍ତବିଭାଗ

ତେବେ ଏ ଦୃଶ୍ୟ ବର୍ଷା ପାଇଁ ନୁହେଁ, ବରଂ ଝୁପୁଡିପଡାର ଲୋକେ ବ୍ୟବହାର କରୁଥିବା ଡ୍ରେନ ପାଣି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଆଜକୁ ପ୍ରାୟ 6 ମାସରୁ ଉର୍ଦ୍ଧ୍ବ ହେବ ରାସ୍ତା ଉପରେ ଜମି ରହୁଛି ଆଣ୍ଠୁଏ ପାଣି । ଏବେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଘରୋଇ ପାଚେରୀ ନିର୍ମାଣ ହେଉ ଥିବାରୁ ପାଣି ଆଉ ଅପର ପାର୍ଶ୍ୱକୁ ଯାଇ ପାରୁନାହିଁ। ଫଳରେ ଜନସାଧାରଣଙ୍କ ଯାତାୟାତରେ ଘୋର ସମସ୍ୟା ଦେଖା ଦେଇଛି ।

ସହରର ପ୍ରୋଗ୍ରେସ ଇନରୁ ବିନିକା ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତାରେ ଏଭଳି ସମସ୍ୟା ଦେଖାଦେଇଛି । ଜନସାଧାରଣଙ୍କ ପକ୍ଷରୁ ପୂର୍ତ୍ତ ବିଭାଗ ପାଖରେ ଡ୍ରେନ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି । ହେଲେ ପୂର୍ତ୍ତ ବିଭାଗ ସବୁଦେଖି ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଘଟଣାରେ ପୂର୍ତ୍ତ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଏହା ଆନ୍ଦୋଳନର ରୂପ ନେବ ବୋଲି ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ଲୋବାଲ ଗ୍ରୀନ ଓ ପରିବର୍ତ୍ତନର କାର୍ଯ୍ୟକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jun 14, 2020, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.