ETV Bharat / state

ଚିତ୍ରଶିଳ୍ପୀଙ୍କ ପେଟକୁ ଲାତ: ଦୃଷ୍ଟି ଦେଉନି ବିଜ୍ଞାପିତ ଅଞ୍ଚଳ ପରିଷଦ

author img

By

Published : Dec 30, 2020, 4:49 PM IST

ସହରର ସୌନ୍ଦର୍ଯ୍ୟକରଣ ଓ ନିଜ ଅଞ୍ଚଳର ଚିତ୍ରଶିଳ୍ପୀଙ୍କୁ କାମ ଯୋଗାଇ ଦେବା ପାଇଁ ହୋଇଥିବା ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ସୁବର୍ଣ୍ଣପୁରରେ କାମ ପାଉନାହାଁନ୍ତି ଚିତ୍ରଶିଳ୍ପୀ । ଅଧିକ ପଢନ୍ତୁ...

ଚିତ୍ରଶିଳ୍ପୀଙ୍କ ପେଟକୁ ଲାତ: ଦୃଷ୍ଟି ଦେଉନି ବିଜ୍ଞାପିତ ଅଞ୍ଚଳ ପରିଷଦ
ଚିତ୍ରଶିଳ୍ପୀଙ୍କ ପେଟକୁ ଲାତ: ଦୃଷ୍ଟି ଦେଉନି ବିଜ୍ଞାପିତ ଅଞ୍ଚଳ ପରିଷଦ

ସୁବର୍ଣ୍ଣପୁର: ମହାମାରୀର ପ୍ରହାରରେ ଅନେକ ରୋଜଗାର ହରାଇଛନ୍ତି । ଏଣୁ ସହରର ସୌନ୍ଦର୍ଯ୍ୟକରଣ ଓ ନିଜ ଅଞ୍ଚଳର ଚିତ୍ରଶିଳ୍ପୀମାନଙ୍କୁ କାମ ଯୋଗାଇ ଦେବା ପାଇଁ ହୋଇଥିବା ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଏହାର ଖୋଲାଖୋଲି ଉଲଙ୍ଘନ ହୋଇଛି ସୁବର୍ଣ୍ଣପୁରରେ । ଜିଲ୍ଲାର ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଚିତ୍ରଶିଳ୍ପୀଙ୍କୁ କାମ ଯୋଗାଇ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ଚିତ୍ରଶିଳ୍ପୀ । ଏନେଇ ସେମାନେ ବୁଧବାର ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ପୂର୍ବରୁ ଏ ସମ୍ପର୍କରେ ସେମାନେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଚିତ୍ରଶିଳ୍ପୀମାନଙ୍କୁ ସହରର କାନ୍ଥ ଚିତ୍ର ପାଇଁ କାମ ନ ଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ କରାଯାଉଛି । ଫଳରେ କାନ୍ଥ ଚିତ୍ର ଠିକା ନେଉଥିବା ସ୍ବୟଂ ସହାୟକ ଗୋଷ୍ଠୀ ବାହାର ଶିଳ୍ପୀମାନଙ୍କୁ ନିଯୁକ୍ତି ଦେଉଛନ୍ତି । ଶେଷରେ ହତାଶ ହୋଇ ଚିତ୍ରଶିଳ୍ପୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.