ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ସ୍ବେଚ୍ଛାସେବୀମାନେ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଶ୍ରୀତମ ଭୂଷଣ ଗୁରୁଙ୍କ ନେତୃତ୍ବରେ ଏକ 14 ଜଣିଆ ଦଳ ଗରିବ ଓ ଅସହାୟ ଲୋକଙ୍କୁ ରାସନ ସାମଗ୍ରୀ ସହିତ ମାକ୍ସ ବଣ୍ଟନ କରିଛନ୍ତି । ସହରର ଗଡଭିତର ,ମାଲି ପଡା ,କୁମ୍ଭାର ପଡା ଓ ଶିବଶଙ୍କର ପଡାର 200ଟି ପରିବାରକୁ ରାସନ ସାମଗ୍ରୀ ଦିଆଯାଇଛି ।
କୈଣସି ଜରୁରୀ କାର୍ଯ୍ୟରେ ଘରୁ ପଦାକୁ ବାହାରିଲେ ମାକ୍ସ ବ୍ୟବହାର କରିବା ପାଇଁ ସଚେତନତା ମଧ୍ୟ କରିଛନ୍ତି ସ୍ବେଚ୍ଛାସେବୀ । ବାରମ୍ବାର ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ବୁଝାଇ କହିଛନ୍ତି। ସ୍ବେଛାସେବୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ