ETV Bharat / state

ଘରଡିହ ପଟ୍ଟା ଯୋଗାଇବାକୁ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Jun 6, 2023, 12:54 PM IST

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ବଡଝିଙ୍କି ନୂଆପଡାରେ ଘରଡିହ ପଟ୍ଟା ଯୋଗାଇ ଦେବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ୪୦ରୁ ଉର୍ଦ୍ଧ୍ବ ପରିବାର । ଅଧିକ ପଢନ୍ତୁ

demand for housing lease
demand for housing lease
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଘରଡିହ ପଟ୍ଟା ଯୋଗାଇ ଦେବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ । ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ବଡ଼ଝିଙ୍କି ନୂଆପଡ଼ାର ପ୍ରାୟ 40ରୁ ଅଧିକ ପରିବାର କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗାଁ ଲୋକେ ସ୍ଥାନୀୟ ପଟ୍ଟାଭାଡିରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ବଡ଼ଝିଙ୍କି ନୂଆଁପଡାରେ ବିଭିନ୍ନ ପ୍ରାନ୍ତରୁ ଆସି ପ୍ରାୟ 40 ଗୋଟି ପରିବାର ଦୀର୍ଘ ଦିନରୁ ସରକାରୀ ଜମିରେ ଚାଳ ଛପର ଘର କରି ରହି ଆସୁଛନ୍ତି । ସହରାଞ୍ଚଳରେ ଯେଉଁଭଳି ଯାଗା ମିଶନ ଯୋଜନାରେ ଭୂମିହୀନ ପରିବାରକୁ ଯାଗା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସପୋଯୋଗୀ ଯାଗା ଓ ଘର ଯୋଗାଇ ଦିଆଯାଉଛି । ସେହିପରି ଗ୍ରାମାଞ୍ଚଳରେ ରହୁଥିବା ଏହି ପରିବାର ଗୁଡ଼ିକୁ ବସୁନ୍ଧରା ଯୋଜନାରେ ଯାଗା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଏବେ ବାସ କରୁଥିବା ଯାଗାରେ ସେମାନଙ୍କ ପଟ୍ଟା ନଥିବାରୁ ଛାତ୍ରଛାତ୍ରୀଙ୍କୁ ସଦର ରାଜସ୍ବ କାର୍ଯ୍ୟାଳୟ ପକ୍ଷରୁ ବାସଗୃହ ପ୍ରମାଣ ପତ୍ର ଓ ଜାତି ଗତ ପ୍ରମାଣ ପତ୍ର ମିଳୁ ନଥିବା ଅଭିଯୋଗ କରିଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପ୍ରବେଶ କରିବା ପାଇଁ ଅବା ସରକାରୀ ଓ ବେସରକାରୀ ଚାକିରିରେ ନିଯୁକ୍ତି ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦୀର୍ଘ ଦିନରୁ ଯାଗା ଖଣ୍ଡିଏ ଯୋଗାଇ ଦେବାକୁ ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ ଭୂମିହୀନ ଯୋଜନାରେ ଏମାନେ ଆବେଦନ କରିଛନ୍ତି । ହେଲେ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି । ବଡଝିଙ୍କି ନୂଆଁପଡା ଏକ ରାଜସ୍ବ ବସ୍ତି ହୋଇ ନଥିବାରୁ ସରକାରୀ ଯୋଜନା ଗୁଡିକ ଏହି ପଡାରେ କାର୍ଯ୍ୟକାରୀ ହୋଇ ପାରୁ ନଥିବା ବି ଅଭିଯୋଗ କରିଛନ୍ତି । ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ବିପିଏଲ ବିଦ୍ୟୁତ ସଂଯୋଗ, ପାଇପ୍‌ ପାଣି , ରାସ୍ତା ଆଦି ପାଇଁ ଏହି ପରିବାରଗୁଡିକ ଅନେକ ସଂଘର୍ଷ କରୁଛନ୍ତି । ତେବେ ବର୍ତ୍ତମାନ ରହୁଥିବା ନୂଆଁପଡାକୁ ରାଜସ୍ବ ଗାଁ ଭାବେ ଘୋଷଣା କରିବା ସହିତ ଏମାନଙ୍କୁ ସ୍ଥାୟୀ ଭାବେ ବସବାସ କରିବା ପାଇଁ ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ସେହିପରି ନୂଆଁପଡା ନିକଟସ୍ଥ ବଲଦା ପାଲି, ହଲଦିପାଲି ଓ ସହରାଞ୍ଚଳର ପଟ୍ଟା ଭାଡ଼ିରେ ରହୁଥିବା ଭୂମିହୀନ ପରିବାରମାନଙ୍କୁ ଜାଗା ମିଶନ ଓ ବସୁନ୍ଧରା ଯୋଜନାରେ ସାମିଲ କରି ଥଇଥାନ କରାଯାଇଛି । ହେଲେ ନୂଆଁପଡାର ପରିବାରମାନଙ୍କୁ ଜିଲ୍ଲା ପ୍ରଶାସନ ଓ ସଦର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି । ତେବେ ନୂଆଁପଡାର ଛାତ୍ରଛାତ୍ରୀ , ଶିକ୍ଷିତ ଯୁବକ ଯୁବତୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ପରିବାରମାନଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗକୁ ପଡାର ଆବାଳ ବୃଦ୍ଧ ବନିତା ଦୁର୍ବାର ଆନ୍ଦୋଳନ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏହି ଭୂମିହୀନ ପରିବାରର ଆବଶ୍ୟକ ପଦକ୍ଷେପ ଦାବି କରି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.