ETV Bharat / state

ସ୍କୁଲ ମିଶ୍ରଣକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ସ୍ଥାନୀୟ ବାସିନ୍ଦା

author img

By

Published : Oct 11, 2021, 5:27 PM IST

ସ୍କୁଲ ମିଶ୍ରଣରେ ଚଞ୍ଚକତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମନହିରା ଗ୍ରାମବାସୀ । ବିପଦଜନକ ଭାବେ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଯାତାୟତ ନେଇ ଜିଲ୍ଲାପାଳଙ୍କୁ ଦେଲେ ସ୍ମାରକପତ୍ର । ଅଧିକ ପଢନ୍ତୁ....

ସ୍କୁଲ ମିଶ୍ରଣକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ସ୍ଥାନୀୟ ବାସିନ୍ଦା
ସ୍କୁଲ ମିଶ୍ରଣକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ସ୍ଥାନୀୟ ବାସିନ୍ଦା

ସୁବର୍ଣ୍ଣପୁର: ସ୍କୁଲ ମିଶ୍ରଣକୁ ନେଇ ତାତିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ମନହିରା ଗ୍ରାମରେ । ସୂଚନାନୁସାରେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନୀୟ ସିଆରସିସି ଚଞ୍ଚକତା କରି ପଦ୍ମପୁର ଗାଁ ବିଦ୍ୟାଳୟ ସହ ମିଶ୍ରଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ତେବେ ରାଜ୍ୟ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ 20ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ନେଇ ନିର୍ଦ୍ଦେଶ ରହିଛି । ତେବେ ସ୍ଥାନୀୟ ଅଭିଭାବକଙ୍କ ସୂଚନାନୁସାରେ ମନହିରା ଗାଁ ପ୍ରାଥମିକ ବିଦ୍ୟାଳୟରେ 29 ଜଣ ଛାତ୍ରଛାତ୍ରୀ ଥିବା ବେଳେ 12 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ପଦ୍ମପୁର ବିଦ୍ୟାଳୟରେ କିଭଳି ମିଶ୍ରଣ କରିଛନ୍ତି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଖାଲି ସେତିକି ନୁହଁ ପ୍ରଥମେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ନେଇ ପଦ୍ମପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମେ ନାମ ଲେଖା ଯାଇଥିବାବେଳେ ପରେ ସ୍କୁଲରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଯୋଗୁଁ ମିଶ୍ରଣ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣାରେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ମିଶ୍ରଣକୁ ବିରୋଧ କରିବା ସହ ଗାଁ ଠାରୁ ୧ କିଲୋମିଟର ରାସ୍ତା ଦେଇ ଭାରି ଯାନ ବାହନ ଚଳାଚଳ କରୁଥିବା ବିପଦପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ ରାସ୍ତା ଅତିକ୍ରମ କରି ଛୋଟ ଛୋଟ ପିଲା ମାନେ ସ୍କୁଲରେ ପହଁଞ୍ଚି ପାଇପାରିବେ ବୋଲି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଆଉ ତା ସହିତ ପୂର୍ବଭଳି ମନହିରା ଗାଁକୁ ବିଦ୍ୟାଳୟ ଫେରାଇ ଆଣିବାକୁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.