ETV Bharat / state

ପ୍ରଶାସନ ଚୁପ, ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ - villagers cultivate

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ତିଲେଇମାଲ ଗାଁଲୋକେ ଗାଁଲୋକେ ରାସ୍ତାରେ ଧାନ ରୋଇଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 21, 2019, 1:30 PM IST

ସୁବର୍ଣ୍ଣପୁର: ବିଲରେ ନୁହେଁ ରାସ୍ତାରେ ଧାନ ରୋଇଲେ ଗାଁଲୋକେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ତିଲେଇମାଲ ଗାଁଲୋକେ ଗାଁଲୋକେ ରାସ୍ତାରେ ଧାନ ରୋଇଛନ୍ତି । ବର୍ଷାଦିନେ ଗାଁରାସ୍ତାରେ ଆଣ୍ଠୁଏ କାଦୁଅ ରହୁଥିବାରୁ ଗାଁଲୋକେ ଏଭଳି ପ୍ରତିବାଦ କରି ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ମୁଖ୍ୟ ରାସ୍ତାରୁ ତିଲେଇମାଲ ଯିବାକୁ ଥିବା ପ୍ରାୟ 4 କିଲୋମିଟର ରାସ୍ତା ପାଣି କାଦୁଅରେ ବିପର୍ଯ୍ୟସ୍ଥ ହୋଇ ପଡିଛି । ଦୀର୍ଘ ଦିନରୁ ମେଟାଲ ମୋରୁମ ଓ କଂକ୍ରିଟ କରିବା ପାଇଁ ଗାଁ ଲୋକେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପାଖରୁ ଆରମ୍ଭ କରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପର୍ଯ୍ୟନ୍ତ ଦାବି କରି ଆସୁଥିଲେ ହେଁ କେହି ଶୁଣି ନଥିଲେ ।

ଅନ୍ୟପଟେ ବିନିକା ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ବ ରଂଜନ ମଲ୍ଲିକ ବ୍ଳକ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରି ତୁରନ୍ତ ରାସ୍ତାର ଉନ୍ନତିକରଣ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ତିଲେଇମାଲ ଗାଁ ଲୋକେ ଗାଁ ରାସ୍ତାରେ ଧାନ ରୁଇଛନ୍ତି ।ଗାଁ ରାସ୍ତାର ଉନ୍ନତି କରଣ ନ ହେବା ପ୍ରତିବାଦରେ ଗାଁ ଲୋକେ ଏଭଳି ଏକ ପ୍ରତିବାଦ କରି ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।ମୁଖ୍ୟ ରାସ୍ତାରୁ ତିଲେଇମାଲ ଯିବାକୁ ଥିବା ପ୍ରାୟ ଚାରି କିଲୋମିଟର ରାସ୍ତା ପାଣି କାଦୁଅରେ ବିପର୍ଯ୍ୟସ୍ଥ ହୋଇ ପଡିଛି ।ଦୀର୍ଘ ଦିନରୁ ମେଟାଲ ମୋରୁମ ଓ କଂକ୍ରିଟ କରିବା ପାଇଁ ଗାଁ ଲୋକେ ପଂଚାୟତ କର୍ତ୍ତୃପକ୍ଷଙ୍କ ପାଖରୁ ଆରମ୍ଭ କରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପର୍ଯ୍ୟନ୍ତ ଦାବୀ କରି ଆସୁଥିଲେ ହେଁ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି ।Body:ଏହି ରାସ୍ତାରେ ପ୍ରତିଦିନ ଗାଁ ଲୋକେ ଅଏଁଲାମୁଣ୍ଡା , ଅରିଗାଁ , ସିଂଘିଯୁବା ତଥା ରାମପୁର ଓ ବିନିକା ସହରକୁ ବିଭିନ୍ନ କାର୍ଯ୍ୟରେ ଯିବା ଆସିବା କରୁଛନ୍ତି ।ହେଲେ ସାଇକେଲ ତ ଦୂରର କଥା ଚାଲି ଚାଲି ଯିବା ପାଇଁ ବି ରାସ୍ତା ନାହିଁ ।ଗାଁଲୋକେ ଆଣ୍ଠୁଏ କାଦୂଅ ଭିତରେ ଯା ଆସ କରିବାକୁ ପଡୁଛି ।ବିଶେଷକରି ପ୍ରତିଦିନ ଗାଁ ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟରେ ତଥା ଚିକିତ୍ସା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି ।ହେଲେ ରାସ୍ତାଟିଏ ମରାମତି କରିବା ପାଇଁ ପଂଚାୟତ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବାରୁ ଗାଁଲୋକେ ବେଶ ହଇରାଣ ହେଉଛନ୍ତି ।ତୁରନ୍ତ ରାସ୍ତାର ଉନ୍ନତି କରଣ ଦାବୀରେ ଗାଁଲୋକେ କାଦୁଅ ରାସ୍ତାରେ ଧାନ ତଳି ଦେଇ ପ୍ରତିବାଦ କରିଛନ୍ତି ।ଅପରପକ୍ଷରେ ବିନିକା ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ବ ରଂଜନ ମଲ୍ଲିକ ବ୍ଳକ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରି ତୁରନ୍ତ ରାସ୍ତାର ଉନ୍ନତି କରଣ କରିବେ ବୋଲି ପ୍ରତିକ୍ରୀୟା ରଖିଛନ୍ତି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.