ETV Bharat / state

ମୃତଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ - subarnapur road accident

ସୁବର୍ଣ୍ଣପୁର ଜିଲ୍ଲା ଲସ୍ତଲା ଗାଁର 35 ବର୍ଷୀୟ ବାବୁଲା ନାଏକଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମୃତଦେହ ରାସ୍ତା ଉପରେ ରଖି ପରିବାରବର୍ଗ ଓ ଗାଁ ଲୋକେ ଅବରୋଧ କରିଛନ୍ତି । ମୃତକର ପରିବାର ବର୍ଗଙ୍କୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ ଧର୍ମଶାଳା-ଉଲୁଣ୍ଡା ରାସ୍ତା ଅବରୋଧ କରିଥିଲେ । ଅଧିକ ପଢନ୍ତୁ...

ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ
ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ
author img

By

Published : Mar 19, 2021, 10:20 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଲସ୍ତଲା ଗାଁର 35 ବର୍ଷୀୟ ବାବୁଲା ନାଏକଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମୃତଦେହ ରାସ୍ତା ଉପରେ ରଖି ପରିବାର ବର୍ଗ ଓ ଗାଁ ଲୋକେ ଅବରୋଧ କରିଛନ୍ତି । ମୃତକର ପରିବାର ବର୍ଗଙ୍କୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ ଧର୍ମଶାଳା-ଉଲୁଣ୍ଡା ରାସ୍ତା ଅବରୋଧ କରିଥିଲେ ।

ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ

ଗତକାଲି ବାବୁଲା ରାସ୍ତା କଡରେ ଛିଡା ହୋଇଥିବା ବେଳେ ଉଦେପଦର ଗାଁର ଚରଣ ଭୋଇ ଭାରସାମ୍ୟ ହରାଇ ନିଜ ବାଇକରେ ପିଟି ଦେଇଥିଲେ । ତେବେ ଏହି ଘଟଣାରେ ବାବୁଲାର ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହି ଚରଣକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ରାସ୍ତା ଅବରୋଧ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ମୃତକର ପରିବାର ବର୍ଗଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ପ୍ରଦାନ କରି ସରକାରୀ ଯୋଜନାରେ ସାମିଲ କରିବା ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକୋ ପ୍ରତ୍ୟାହୃତ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.