ETV Bharat / state

କୂଳ ଖାଉଛି ମହାନଦୀ, ନଦୀ ଗର୍ଭରେ ଲୀନ ହୋଇଯିବ କି ଭଜବଲପୁର ଗାଁ ?

author img

By

Published : Jul 13, 2021, 7:07 PM IST

ମହାନଦୀ ଭିତରେ ଦିନକୁ ଦିନ ଲୀନ ହେବାକୁ ଯାଉଛି ଭଜବଲପୁର ଗାଁ । ନଦୀ କୂଳ ଖାଇ ଗାଁର ଗୋଟିଏ ସାହି ମହାନଦୀ ଭିତରେ ଲୀନ ହୋଇଯାଇଛି । ଆଡିବନ୍ଧ ନିର୍ମାଣ ପାଇଁ ଦାବି । ଅଧିକ ପଢନ୍ତୁ...

କୂଳ ଖାଉଛି ମହାନଦୀ, ନଦୀ ଗର୍ଭରେ ଲୀନ ହୋଇଯିବ କି  ଭଜବଲପୁର ଗାଁ ?
କୂଳ ଖାଉଛି ମହାନଦୀ, ନଦୀ ଗର୍ଭରେ ଲୀନ ହୋଇଯିବ କି ଭଜବଲପୁର ଗାଁ ?

ସୁବର୍ଣ୍ଣପୁର: ମହାନଦୀ ଭିତରେ ଦିନକୁ ଦିନ ଲୀନ ହେବାକୁ ଯାଉଛି ଭଜବଲପୁର ଗାଁ । ନଦୀ କୂଳ ଖାଇ ଗାଁର ଗୋଟିଏ ସାହି ମହାନଦୀ ଭିତରେ ଲୀନ ହୋଇଯାଇଛି । ମହାନଦୀ ଗର୍ଭକୁ ଚାଲିଯାଇଥିବା ସାହି ଲୋକେ ମହାନଦୀ ନିକଟରୁ ଅନେକ ଦୂରରେ ନୂଆଁ ବସ୍ତି କରି ବସବାସ କରୁଛନ୍ତି । ତେବେ ପୁରୁଣା ସାହିକୁ ଏବେ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ମହାନଦୀ କୂଳ ପ୍ରାୟ ତିନିଶହରୁ ଚାରିଶହ ମିଟର ଖାଇ ଯାଇଥିବା ବେଳେ ଏକ ଘାଇ ସୃଷ୍ଟି ହୋଇଛି । ଯାହାଫଳରେ ମହାନଦୀର ବଡି ପାଣି ବିନା ବାଧାବିଘ୍ନରେ ଗାଁ ଭିତରକୁ ପଶି ବ୍ୟାପକ ପରିମାଣରେ ଘରଦ୍ବାର ସହିତ ଚାଷ ଜମି ପ୍ରତିବର୍ଷ କ୍ଷତି ଘଟାଉଛି ।

ତେବେ ଗତ ପ୍ରାୟ ପାଞ୍ଚ ବର୍ଷ ତଳେ ଏନେଇ ଜଳସେଚନ ବିଭାଗ ପକ୍ଷରୁ କିଛି ଆଡିବନ୍ଧ ନିର୍ମାଣ କରାଯାଇଥିଲା ଯାହା ପର୍ଯ୍ୟାପ୍ତ ନୁହେଁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ମହାନଦୀ କୂଳରେ ଅନାବଶ୍ୟକ ଯାଗାରେ ଜଳସେଚନ ବିଭାଗ ଆଡିବନ୍ଧ ନିର୍ମାଣ କରୁଥିବା ବେଳେ ମହାନଦୀ ନିକଟବର୍ତ୍ତି ନଦୀକୂଳିଆ ଗାଁ ଗୁଡିକର ଆବଶ୍ୟକ ଯାଗାରେ ଆଡିବନ୍ଧ ନିର୍ମାଣ କରାଯାଉ ନ ଥିବା ଲୋକେ କହିଛନ୍ତି । ତେବେ ଗତ ବର୍ଷ ଜଳସେଚନ ବିଭାଗ ପକ୍ଷରୁ ହିକୁଡିରୁ ବିଜେପୁର ଗାଁକୁ ପ୍ରାୟ ପାଞ୍ଚ ଶହ ମିଟରରୁ ଅଧିକ ଆଡିବନ୍ଧ ନିର୍ମାଣ କରି ଜଳସେଚନ ବିଭାଗ ନିଜ ଦାୟିତ୍ବ ସାରି ଦେଇଥିବା ଅଭିଯୋଗ ହେଉଛି ।

ଭଜବଲପୁର ପୁରୁଣା ସାହିକୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ଲୋକଙ୍କ ଧନ ଜୀବନର ସୁରକ୍ଷା କରିବା ପାଇଁ ଦାବୀ ହୋଇଛି । ଖାଲି ଭଜବଲପୁର ଗାଁ ନୁହେଁ ଏଭଳି ମହାନଦୀ କୂଳରେ ଥିବା ବିଜେପୁର, ମହଦା, ନିମ୍ନା, ବଢିଲା, ଦଶରାଜପୁର ଆଦି ଗାଁକୁ ସୁରକ୍ଷା ଦେବାର ସମୟ ଆସିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.