ETV Bharat / state

ଭିଜିଲାନ୍ସ କବଳରେ କୋଟିପତି ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

author img

By

Published : Dec 25, 2020, 4:12 AM IST

ଭିଜିଲାନ୍ସ ଜାଲରେ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ । ମାସିକ 21 ହଜାର ଟଙ୍କା ବେତନ ପାଇ କୋଟିଏ ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି ସମ୍ପୃକ୍ତ ଅଧିକାରୀ । ଅଧିକ ପଢନ୍ତୁ...

ଭିଜିଲାନ୍ସ କବଳରେ କୋଟିପତି ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ
ଭିଜିଲାନ୍ସ କବଳରେ କୋଟିପତି ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ସୁବର୍ଣ୍ଣପୁର: ଜିଲ୍ଲାରେ ଜଣେ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ବିଭାଗର ହାବୁଡ଼ରେ ପଡିଛନ୍ତି । ମାତ୍ର କିଛି ବର୍ଷର ଚାକିରୀ କରି ମାସିକ 21 ହଜ଼ାର ଟଙ୍କା ବେତନ ପାଇ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି । ଆଜି(ଗୁରୁବାର) ସମ୍ବଲପୁର ଭିଜିଲାନ୍ସ ଡ଼ିଏସପି ଦାଶରଥି ସେଠୀଙ୍କ ନେତୃତ୍ବରେ ଏକ 18 ଜଣିଆ ଟିମ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେରଙ୍କ ସୋନପୁର ବାସଭବନରେ ଚଢ଼ାଉ କରିଛନ୍ତି ।

ଭିଜିଲାନ୍ସ ଟିମ ମୋଟ 97 ଲକ୍ଷ ଟଙ୍କାର ସମ୍ପତ୍ତି ଦୁର୍ଯ୍ୟୋଧନ ଠୁଳ କରିଥିବା ଆକଳନ କରିଛି । ସହରର ମାନିକେଶ୍ୱରୀ ପଡାରେ ଥିବା ତାଙ୍କ ଘରର ମୂଲ୍ୟ ପ୍ରାୟ 86 ଲକ୍ଷ 70 ହଜ଼ାର ଟଙ୍କା, 6 ଲକ୍ଷ ଟଙ୍କାର ଜୀବନ ବୀମା ଓ 6 ଲକ୍ଷ ଟଙ୍କାର ଘରୋଇ ଆସବାବପତ୍ର ରହିଥିବା ଭିଜିଲାନ୍ସ ସୂଚନା ଦେଇଛି । ପୁଣି ତାଙ୍କ ପୁଅ ଝିଅ ନାମୀ ଦାମୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ସାଧାରଣ ଜଣେ ସରକାରୀ ଚାକିରିଆ ଏତେ ସମ୍ପତ୍ତିର ଅଧିକାରୀ ହୋଇଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.