ETV Bharat / state

ପାକିସ୍ତାନ ମୁର୍ଦ୍ଦାବାଦ କୁହ: ଲଙ୍କା ସହ ଧନିଆ ପତ୍ର ନିଅ - ମାଗଣାରେ

ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଛୋଟ ପରିବା ବେପାରୀଙ୍କ ଦେଶପ୍ରେମର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ମୁର୍ଦ୍ଦାବାଦ ବୋଲି କହିଲେ ଗ୍ରାହକ କଞ୍ଚାଲଙ୍କା ଓ ଧନିଆ ପତ୍ର ମାଗଣାରେ ପାଉଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 17, 2019, 12:04 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଜଣେ ଛୋଟ ପରିବା ବେପାରୀଙ୍କ ଦେଶପ୍ରେମର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବ ପରିବା ବେପାରୀ ଦୈନିକ ବଜାରକୁ ବିକ୍ରି ପାଇଁ ଆଣିଥିବା ଧନିଆ ପତ୍ର ଓ କଞ୍ଚାଲଙ୍କା ମାଗଣାରେ ଲୋକଙ୍କୁ ଦେଉଛନ୍ତି । ହେଲେ ଗ୍ରାହକ କଞ୍ଚାଲଙ୍କା ଓ ଧନିଆ ପତ୍ର ନେବାକୁ ହେଲେ ପାକିସ୍ତାନ ମୁର୍ଦ୍ଦାବାଦ ବୋଲି କହିବାକୁ ପଡୁଛି ।

ଗୋଟିଏ ଷ୍ଟଲ ସାମ୍ନାରେ ପ୍ରାୟ ଗୋଟିଏ ବସ୍ତା ଧନିଆ ପତ୍ର ଓ କଞ୍ଚାଲଙ୍କା ରଖି ଲୋକଙ୍କୁ ପାକିସ୍ତାନ ମୁର୍ଦ୍ଦାବାଦ କହି ଜିନିଷ ନେବାକୁ ଡାକୁଛନ୍ତି । ପାକିସ୍ତାନ ମୁର୍ଦ୍ଦାବାଦ କହି ଲୋକେ ବି ମୁଠାଏ କଞ୍ଚାଲଙ୍କା ଓ ଧନିଆ ପତ୍ର ନେଉଛନ୍ତି । ଯୁବ ବ୍ୟବସାୟୀ ଜଣଙ୍କୁ ଖୁସ କରିବାକୁ ଗ୍ରାହକ ବି ମାଗଣାରେ ଜିନିଷ ନେବା ପାଇଁ ପାକିସ୍ତାନ ମୁର୍ଦ୍ଦାବାଦ, ହର ହର ମୋଦି, ଘର୍ ଘର୍ ମୋଦି ଭଳି ସ୍ଲୋଗାନ ଦେଇ ଜିନିଷ ନେଉଛନ୍ତି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲାରେ ଏହି ବ୍ୟବସାୟୀଙ୍କ ଭିଡିଓ ଫେସବୁକ, ହ୍ବାଟସଆପରେ ଖୁବ ଭାଇରାଲ ହେଉଛି । ମୋବାଇଲ ୟୁଜର୍ସ ବି ଏହି କ୍ଷୁଦ୍ର ବେପାରୀଙ୍କ ଏପରି କାର୍ଯ୍ୟକୁ ବେଶ ପ୍ରଶଂସା କରି ଭଳିକି ଭଳି କମେଣ୍ଟ କରୁଛନ୍ତି । ପରିବା ବ୍ୟବସାୟୀ ଜଣକ କେଉଁ ସ୍ଥାନର ଜଣାପଡୁ ନଥିଲେ ମଧ୍ୟ ତାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଛୋଟ ପରିବା ବେପାରୀଙ୍କ ଦେଶ ପ୍ରେମର ଏକ ଭିଡିଓ ଖୁବ ଯୋରରେ ଭାଇରାଲ ହେଉଛି ।ଜଣେ ଯୁବ ପରିବା ବେପାରୀ ଦୈନିକ ବଜାରକୁ ବିକ୍ରୀ ପାଇଁ ଆଣିଥିବା ଧନିଆଁ ପତ୍ର ଓ କଂଚାଲଂକା ମାଗଣାରେ ଲୋକଙ୍କୁ ଦେଉଛନ୍ତି ।ହେଲେ ତାଙ୍କଠାରୁ କଂଚାଲଂକା ଓ ଧନିଆଁ ପତ୍ର ନେବାକୁ ହେଲେ ପାକିସ୍ଥାନ ମୁର୍ଦ୍ଦାବାଦ ବୋଲି କହିବାକୁ ପଡୁଛି ।ଗୋଟିଏ ଷ୍ଟଲ ସାମ୍ନାରେ ସେ ଖୋଲାରେ ପ୍ରାୟ ଗୋଟିଏ ବସ୍ତା ଧନିଆଁ ପତ୍ର ଓ କଂଚାଲଂଗା ରଖି ଲୋକଙ୍କୁ ପାକିସ୍ଥାନ ମୁର୍ଦ୍ଦାବାଦ କହି ଜିନିଷ ନେବାକୁ ଡାକୁଛନ୍ତି ।ପାକିସ୍ଥାନ ମୁର୍ଦ୍ଦାବାଦ କହି ଲୋକେ ବି ମୁଠିଏ କଂଚାଲଂକା ଓ ପ୍ରାୟ ଅଢେଇ ଶହ ଗ୍ରାମର ଗୋଟିଏ ପେଣ୍ଡା ଧନିଆଁ ପତ୍ର ନେଉଛନ୍ତି ।ଯୁବ ବ୍ୟବସାୟୀ ଜଣଙ୍କୁ ଖୁସ କରିବାକୁ ଗ୍ରାହକ ବି ମାଗଣାରେ ଜିନିଷ ନେବା ପାଇଁ ପାକିସ୍ଥାନ ମୁର୍ଦ୍ଦାବାଦ ,ହର ହର ମୋଦି ,ଘର ଘର ମୋଦି ଆଦି ସ୍ଲୋଗାନ ଦେଇ ଜିନିଷ ନେଉଛନ୍ତି ।ଜିଲ୍ଲାରେ ଏହି ବ୍ୟବସାୟୀଙ୍କ ଭିଡିଓ ଫେସବୁକ ,ହ୍ବାଟସଅପରେ ଖୁବ ଭାଇରାଲ ହେଉଛି ।ମୋବାଇଲ ୟୁଜର୍ସ ବି ଏହି କ୍ଷୁଦ୍ର ବେପାରୀଙ୍କ ଏପରି କାର୍ଯ୍ୟକୁ ବେଶ ପ୍ରଶଂସା କରି ଭଳିକି ଭଳି କମେଣ୍ଟ କରୁଛନ୍ତି ।Body:ପରିବା ବ୍ୟବସାୟୀ ଜଣକ କେଉଁ ଯାଗାର ଜଣା ପଡୁ ନ ଥିଲେ ହେଁ ବେପାରୀଙ୍କ ଏପରି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.