ETV Bharat / state

SHG ଦ୍ବାରା ପନିପରିବା ହୋମ ଡେଲିଭରି ଆରମ୍ଭ - କୋରୋନା ଭାଇରସ ଖବର

ସୁବର୍ଣ୍ଣପୁରରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପନିପରିବା ହୋମ ଡେଲିଭରି ଆରମ୍ଭ କରାଯାଇଛି । ଗ୍ରାହକମାନଙ୍କ ପାଇଁ ଉଭୟ ସ୍ବୟଂ ସହାୟକ ଗୋଷ୍ଠିର ପନିପରିବା ଅର୍ଡର ପାଇଁ ଫୋନ ନମ୍ବର ଜାରି କରାଯାଇଛି । ଅଧିକ ପଢନ୍ତୁ...

vegetable-home-delivery-started-by-shg-in-subarnapur
SHG ଦ୍ବାରା ପନିପରିବା ହୋମ ଡେଲିଭରି ଆରମ୍ଭ
author img

By

Published : Apr 4, 2020, 11:28 AM IST

ସୁବର୍ଣ୍ଣପୁର: ମହାମାରୀ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ସୁବର୍ଣ୍ଣପୁରରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପନିପରିବା ହୋମ ଡେଲିଭରି ଆରମ୍ଭ କରାଯାଇଛି ।

SHG ଦ୍ବାରା ପନିପରିବା ହୋମ ଡେଲିଭରି ଆରମ୍ଭ

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦୈନିକ ବଜାର ଏବେ ଗାନ୍ଧୀ ପଡିଆ ଓ ରୟାଲ ପଡିଆରେ ବସୁଛି । ବଜାରରେ ବ୍ୟବସାୟୀ ଓ ଗ୍ରାହକମାନଙ୍କ ଭିତରେ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି ।ଏବେ ଘରୁ ବାହାରୁ ନ ଥିବା ଲୋକଙ୍କ ପାଇଁ ଗ୍ରୋସରି ହୋମ ଡେଲିଭରି ସହିତ ପନିପରିବା ହୋମ ଡେଲିଭରି ଆରମ୍ଭ ହୋଇଛି ।

ସୁବର୍ଣ୍ଣପୁର ଝୁପୁଡି ପଡାର ମା ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ ଓ ମହାଳୟା ସ୍ବୟଂ ସହାୟକ ଗୋଷ୍ଠୀ ପନିପରିବା ହୋମ ଡେଲିଭରି ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନୁମତି ଦେଇଛି । ସକାଳ 9ଟା ରୁ 11ଟା ଓ ସଂଧ୍ୟା 5ଟା ରୁ 9ଟା ଭିତରେ ଗ୍ରାହକମାନେ ପନିପରିବା ହୋମ ଡେଲିଭରି ପାଇଁ ଅର୍ଡର ଦେଇପାରିବେ। ଗ୍ରାହକମାନଙ୍କ ପାଇଁ ଉଭୟ ସ୍ବୟଂ ସହାୟକ ଗୋଷ୍ଠିର ଫୋନ ନମ୍ବର ଜାରି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.