ETV Bharat / state

ପ୍ରେମ ଦିବସରେ ଶଶୀସେଣା ମନ୍ଦିରରେ ପାନପତ୍ର ଓ ପୁଷ୍ପ ଅର୍ପଣ

ଆଜି ପ୍ରେମ ସପ୍ତାହର ଅନ୍ତିମ ଦିନ ବା ପ୍ରେମ ଦିବସ। ଏହି ଦିନରେ ସୁବର୍ଣ୍ଣପୁର ସହରର ଶଶୀସେଣା ମନ୍ଦିରରେ ପାନପତ୍ର ଓ ପୁଷ୍ପ ଅର୍ପଣ କରାଯାଇଛି। ଅଧିକ ଖବର ପଢନ୍ତୁ...

sasisena
ପ୍ରେମ ଦିବସରେ ଶଶୀସେଣା ମନ୍ଦିରରେ ପାନପତ୍ର ଓ ପୁଷ୍ପ ଅର୍ପଣ
author img

By

Published : Feb 14, 2020, 5:29 PM IST

ସୁବର୍ଣ୍ଣପୁର: ସହରର ଶଶୀସେଣା ମନ୍ଦିରରେ ଆଜି ପ୍ରେମ ଦିବସକୁ ମନେ ପକାଇ ପାନପତ୍ର ଓ ପୁଷ୍ପ ଅର୍ପଣ କରାଯାଇଛି। ସହରର ଅନେକ ଦମ୍ପତି, ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ ଓ ପ୍ରେମୀଯୁଗଳ ତମାମ ଜୀବନରେ ଶାନ୍ତି, ପ୍ରଗତି, ପ୍ରେମ ଓ ଭଲପାଇବାର କାମନା କରି ଆଜି ଅହିମାଣିକ୍ୟ ଓ ଦେବୀ ଶଶୀସେଣାଙ୍କ ସ୍ମୃତି ଚାରଣ କରିଛନ୍ତି। ସହରର ଦମ୍ପତିମାନେ ସୁଖୀ ଦାମ୍ପତ୍ୟ ଜୀବନର କାମନା କରି ଶଶୀସେଣାଙ୍କୁ ପାନପତ୍ର ଓ ପୁଷ୍ପ ପ୍ରଦାନ କରିଛନ୍ତି।

ପ୍ରେମ ଦିବସରେ ଶଶୀସେଣା ମନ୍ଦିରରେ ପାନପତ୍ର ଓ ପୁଷ୍ପ ଅର୍ପଣ

ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ପ୍ରେମର ସ୍ମାରକୀ ଭାବେ ଆଜିବି ଶଶୀସେଣା ମନ୍ଦିର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସେ ଦିନର ଶବର ରାଜକୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ଭିତରେ ଗଢି ଉଠିଥିବା ପ୍ରେମ ଚିରକାଳ ପାଇଁ ସ୍ମରଣୀୟ ହୋଇ ରହିବା ପାଇଁ ସଭିଏଁ ପ୍ରାର୍ଥନା କରିଛନ୍ତି।

ଆଜିପରି ଏକ ପ୍ରେମ ଦିବସରେ ସଚରାଚାର ଜୀବଜଗତ ପ୍ରେମର ବନ୍ଧନରେ ବାନ୍ଧି ହୋଇ ରହିବା ପାଇଁ ସହରବାସୀ ଦେବୀ ଶଶୀସେଣାଙ୍କୁ ସ୍ମରଣ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.