ETV Bharat / state

ନୂଆଁଖାଇରେ ପତ୍ରରେ ବଢ଼ାଯାଏ ନବାନ୍ନ, ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା - ନୂଆଁଖାଇରେ ପତ୍ରର ବ୍ୟବହାର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇରେ ପତ୍ର ବ୍ୟବହାରର ଉପରେ ବିଶେଷ ସ୍ବତନ୍ତ୍ରତା ରହିଛି । ଅଧିକ ପଢ଼ନ୍ତୁ

uses of leaves in nuakhai
ନୂଆଁଖାଇରେ ପତ୍ରରେ ବଢ଼ାଯାଏ ନବାନ୍ନ, ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା
author img

By

Published : Aug 29, 2022, 6:48 PM IST

Updated : Aug 29, 2022, 7:30 PM IST

ସୁବର୍ଣ୍ଣପୁର: ନୂଆ ଧାନ ଅମଳର ଖୁସି ପାଳନ କରିବ ପଶ୍ଚିମ ଓଡ଼ିଶା (harvest festival of western odisha) । ବର୍ଷର ପହିଲି ଶସ୍ୟକୁ ଚାଷୀ ନୂଆଁଖାଇ ଦିନ ନବାର୍ଣ୍ଣ ପ୍ରସ୍ତୁତ କରି ନିଜ ଇଷ୍ଟଦେବୀଙ୍କୁ ସମର୍ପଣ କରିଥାଏ । ପତ୍ରରେ ହିଁ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲାଗି କରାଯାଏ । ଏହି ପତ୍ରର ବ୍ୟବହାର ପ୍ରଥା କାହିଁ କେଉଁ କାଳରୁ (uses of leaves in nuakhai) ଚାଲି ଆସିଛି ।

ନୂଆଁଖାଇରେ ପତ୍ରରେ ବଢ଼ାଯାଏ ନବାନ୍ନ

ପ୍ରକୃତିରୁ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ଘିଅ, ମହୁ, ଗୁଡ, କ୍ଷୀର, ଦହି ଆଦି ମିଶାଇ ପଞ୍ଚାମୃତ କରି ପତ୍ର ମାଧ୍ୟମରେ ଦେବଦେବୀଙ୍କୁ ନବାନ୍ନ ସମର୍ପଣ କରାଯାଏ । ବିଭିନ୍ନ ସମ୍ପ୍ରଦାୟର ଲୋକେ ଭିନ୍ନ ଭିନ୍ନ ପତ୍ର ବ୍ୟବହାର କରିଥାନ୍ତି । ଭଲିଆ, କୁରେଇ, ସରଗି, ସାରୁ, ପଳାଶ ଆଦି ପତ୍ର ଲୋକେ ବ୍ୟବହାର କରିଥାନ୍ତି । ଜଙ୍ଗଲରୁ ପତ୍ର ସଂଗ୍ରହ କରି ଖଲି ତିଆରି କରି ସେଥିରେ ନବାନ୍ନ ବାଢ଼ିଥାନ୍ତି । ସୋନପୁର ଗଡଜାତରେ ମଧ୍ୟ ମା' ସମଲେଇଙ୍କ ପୀଠରୁ ଅଷ୍ଟଚଣ୍ଡୀଙ୍କ ପୀଠକୁ ଯାଉଥିବା ପାହୁରରେ ସରଗି ପତ୍ରର ବ୍ୟବହାର ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସୋନପୁର ବଜାରରେ ପତ୍ରର ଆସର ଜମିଛି । ଏନେଇ ଚାଷୀ କହିଛନ୍ତି, " ପରମ୍ପରା ଅନୁଯାୟୀ ଏହି ରୀତି ଚାଲି ଆସିଛି । ମଣିଷ ପ୍ରତି ବୃକ୍ଷର ଅବଦାନ ସର୍ବଦା ରହିଆସିଅଛି । ଏହି ସମୟରେ ଲୋକେ ଜଙ୍ଗଲରୁ ପତ୍ର ସଂଗ୍ରହ କରି ବାଜରରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବାକୁ ସକ୍ଷମ ହୋଇଥାନ୍ତି । "

ଏହା ମଧ୍ୟ ପଢ଼ନ୍ତୁ: ନୂଆଁ ଖାଇଲେ ପଥର୍ଲାବାସୀ, ଘୁମୁରା ବାଦ୍ୟରେ କମ୍ପିଲା ଗାଁ ଦାଣ୍ତ

ଭାଇଚାରାକୁ ବାନ୍ଧି ରଖେ ନୂଆଁଖାଇ ପର୍ବ । ନୂଆଁଖାଇ ଅବସରରେ ଘରେ ଘରେ କୁଣିଆଙ୍କ ଭିଡ଼ ଦେଖିବାକୁ ମିଳେ । ଯିଏ ଯୁଆଡେ ଥାଉ କିମ୍ବା ଯୁଆଡେ ଯାଇଥାଉ ନା କାହିଁକି ନୂଆଁଖାଇ ଆସିବା ଆଗରୁ ସମସ୍ତେ ଏ ଗୋଟିଏ ଦିନ ପାଇଁ ବି ଗାଁକୁ ଆସିଥାନ୍ତି । ଏପରିକି ବିଦେଶରେ ଥିଲେ ମଧ୍ୟ ନୂଆ ଖାଇବାକୁ ପ୍ରବାସୀ ଘର ବାହୁଡ଼ା ଦେଇଥାନ୍ତି । ଘର ଲିପାପୋଛା କରି ସପରିବାର ନୂଆ ବସ୍ତ୍ର ପରିଧାନ କରନ୍ତି । ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ସ୍ବତନ୍ତ୍ର ବ୍ୟଞ୍ଜନ ତିଆରି ହୋଇଥାଏ । ଶାଳ ଓ କୁରେଇ ପତ୍ରରେ ଖଲି ଠୋଲା ତିଆରି କରାଯାଇ ଥାଏ । ନୂଆ ଚୁଡା, ଗୁଡ, ଧାନ ସଂଗ୍ରହ କରି ଗ୍ରାମର ଇଷ୍ଟ ଦେବୀଙ୍କ ନିକଟରେ ପୂଜାପାଠ ପରେ ନବାନ୍ନ ଲାଗି କରାଯାଏ । ଏହାପରେ ଘରେ ଘରେ ପାଳିତ ହୁଏ ନୂଆଁଖାଇ । ଘରର ସମସ୍ତ ପରିଜନ ଏକାଠି ବସି ନୂଆଁଖାଇଥାନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Aug 29, 2022, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.