ETV Bharat / state

ଏଥର ନିରାଡ଼ମ୍ବର ଭାବେ ପାଳିତ ହେବ ଫକିର ବାବାଙ୍କ ଉର୍ସ ଉତ୍ସବ - ଫକିର ବାବାଙ୍କ ଉର୍ସ ଉତ୍ସବ

ନିରାଡ଼ମ୍ବର ଭାବେ ପାଳିତ ହେବ ସୁବର୍ଣ୍ଣପୁରର ଫକିର ବାବାଙ୍କ ଉର୍ସ ଉତ୍ସବ । ଅଧିକ ପଢନ୍ତୁ...

ଫକିର ବାବାଙ୍କ ଉର୍ସ ଉତ୍ସବ
ଫକିର ବାବାଙ୍କ ଉର୍ସ ଉତ୍ସବ
author img

By

Published : Jan 22, 2021, 2:23 PM IST

ସୁବର୍ଣ୍ଣପୁର: ଚଳିତ ବର୍ଷ କୋଭିଡ କଟକଣା ପାଇଁ ବିଧି ରକ୍ଷା କରି ପାଳିତ ହେବ ଫକିର ବାବାଙ୍କ ଉର୍ସ ଉତ୍ସବ । ଜାନୁଆରୀ ୨୫ରୁ ୨୬ ଯାଏଁ ଦୁଇ ଦିନ ଧରି ନିରାଡ଼ମ୍ବର ଭାବେ ଏହି ଉତ୍ସବ ପାଳିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ନିରାଡ଼ମ୍ବର ଭାବେ ହେବ ଫକିର ବାବାଙ୍କ ଉର୍ସ ଉତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ତରଭା ସ୍ଥିତ ପ୍ରସିଦ୍ଧ ସୟଦ ଅବଦୁଲ ଶକୁର ସାହ ତଥା ଫକୀର ବାବାଙ୍କ ଦରଘାରେ ପ୍ରତି ବର୍ଷ ବେଶ ଧୁମଧାମରେ ପାଳିତ ହୋଇଥାଏ ଉର୍ସ ଉତ୍ସବ । ଉତ୍ସବରେ ଦେଶ ବିଦେଶରୁ ମୁସଲମାନ ସମ୍ପ୍ରଦାୟର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥାନ୍ତି । ହେଲେ ଚଳିତ ବର୍ଷ ମହାମାରୀ କୋରୋନା ଯୋଗୁଁ ସରକାର ଭିଡ ଜମାଇବାକୁ ବାରଣ କରିଛନ୍ତି । ସେଥିପାଇଁ କେବଳ ପରମ୍ପରା ରକ୍ଷା ପାଇଁ ଏହି ଉତ୍ସବ ପାଳନ ହେବ ବୋଲି ଉତ୍ସବ କମିଟି ସୂଚନା ଦେଇଛି।

ପର୍ବ ପାଇଁ ତରଭା କଲେଜ ପଡିଆରୁ ବ୍ୟାରିକେଡ କରାଯିବା ସହ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରି ଶ୍ରଦ୍ଧାଳୁମାନେ ବାବାଙ୍କୁ ଚାଦର ଚଢାଇବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ଜୁଲୁସ ଶୋଭାଯାତ୍ରା ମଧ୍ୟ ନିରାଡମ୍ବର ଭାବେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ କରାଯିବ। ତା ସହିତ ଏହି ଦୁଇ ଦିନ ମସଜିଦ ପାଖରେ ଦୋକାନ ବଜାରକୁ ବନ୍ଦ କରାଯିବ । ଏନେଇ ଗତକାଲି ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ସହ ମସଜିଦ, ମଜାର କମିଟି ଓ ସହରର ବରିଷ୍ଠ ନାଗରୀକମାନେ ଯୋଗଦେଇ ତାଙ୍କର ମତାମତ ରଖିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.