ସୁବର୍ଣ୍ଣପୁର: ଜିଲ୍ଲା ଖମ୍ବେଶ୍ବରୀପାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଅଜଣା ଗାଡି ଧକ୍କାରେ ଜଣେ ନାବାଳର ମୃତ୍ୟୁ ହୋଇଛି । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନାବାଳକକୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଛି । ମୃତ ବାଳକ ସାତ ବର୍ଷୀୟ ମିଲନ ବେହେରା ବୋଲି ଜଣାପଡିଛି ।
ସୁବଲୟା ଥାନା ଅନ୍ତର୍ଗତ କୁଞ୍ଜାମହୁଲ ଗାଁର ଅରୁଣ ବେହେରାଙ୍କ ପରିବାର ଖମ୍ବେଶ୍ବରୀପାଲିକୁ ବିବାହରେ ଯୋଗ ଦେବାପାଇଁ ଆସିଥିଲେ । କିନ୍ତୁ ମିଲନ ଗାଁ ଦାଣ୍ଡରେ ଖେଳୁ ଥିବା ବେଳେ ତାକୁ ଅଜଣା ଗାଡି ଧକ୍କା ଦେଇଥିଲା । ପରିବାର ଲୋକେ ନାବାଳକ ମିଲନଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖନାକୁ ଆଣିଥିଲେ । ହେଲେ ଡାକ୍ତର ଏଠାରେ ମିଲନକୁ ମୃତ ଘୋଷଣା କରିଛନ୍ତି । ସୋନପୁର ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ