ETV Bharat / state

ସୁବର୍ଣ୍ଣପୁରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Dec 11, 2021, 8:18 AM IST

ସହରର ପରିବର୍ତ୍ତନ ସଂଗଠନ ପକ୍ଷରୁ CDS ଜେନେରାଲ ବିପିନ ରାୱତଙ୍କ ସମେତ ଚପର୍‌ ଦୁର୍ଘଟଣାରେ ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ କୁନ୍ନର୍‌ର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସୁବର୍ଣ୍ଣପୁର: ସହରର ପରିବର୍ତ୍ତନ ସଂଗଠନ ପକ୍ଷରୁ CDS ଜେନେରାଲ ବିପିନ ରାୱତଙ୍କ ସମେତ ଚପର୍‌ ଦୁର୍ଘଟଣାରେ ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ସ୍ବେଚ୍ଛାସେବୀ ସହରର ବ୍ଳକ ଛକରେ ଏକତ୍ରିତ ହୋଇଥିଲେ । ଏହାପରେ କ୍ୟାଣ୍ଡେଲ ପ୍ରଜ୍ବଳନ କରି ଦିବଙ୍ଗତଙ୍କ ପାଇଁ ନୀରବ ପ୍ରାର୍ଥନା କରିବା ସହ ସ୍ମୃତିଚାରଣ କରାଯାଇଥିଲା ।

ଏଥିରେ ଜନସଂଖ୍ୟା ଫାଉଣ୍ଡେସନ, ବଜରଙ୍ଗ ଦଳ ସମେତ ସହରର ବିଭିନ୍ନ ସ୍ବେଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ସ୍ବେଚ୍ଛାସେବୀମାନେ ସହରର ରୟାଲ ପଡିଆରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ବ୍ଳକ ଛକରେ ପହଞ୍ଚିଥିଲେ । ବୀରପୁତ୍ରମାନଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସମୟରେ ସେହି ସ୍ଥାନରେ ଏକ ଭାବୁକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.