ସୁବର୍ଣ୍ଣପୁର: ଆଜକୁ ପ୍ରାୟ ଦେଢ ବର୍ଷ ହୋଇଗଲା । ହେଲେ ସ୍ବାଭିବକ ହୋଇପାରୁନି ବସ ଚଳାଚଳ । କୋରୋନା ମହାମାରୀ ଯୋଗୁଁ ଘରୋଇ ବସ ଚଳାଚଳ ସବୁ ବନ୍ଦ ରହିଛି । ମଝିରେ ଗ୍ରୀନ ଜୋନରେ ବସ ଚଳାଚଳ କରିବାକୁ ସରକାର ଅନୁମତି କହିଲେ, କିନ୍ତୁ ଯାତ୍ରୀ ନହେବାରୁ ତେଲ ପଇସା ବି ଉଠିଲା ନାହିଁ । ବାଧ୍ୟହୋଇ ବସ ବନ୍ଦ କରିଦେଲେ ମାଲିକ । ଏନେଇ ନିଜର କର୍ମସଂସ୍ଥାନ ହରେଇଛନ୍ତି ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନେ।
ଘରୋଇ ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଏବେ ହାତ ଉପରେ ହାତ ଦେଇ ବସିଛନ୍ତି । ଫଳରେ ବସ ଡ୍ରାଇଭଲ, ହେଲ୍ପର, କଣ୍ଡକ୍ଟର ଆଦି କର୍ମଚାରୀମାନେ ନିଜ ଜୀବିକା ହରାଇ ଏବେ ଦୁଃଖକଷ୍ଟରେ ଚଳୁଛନ୍ତି । ନିଜ ପରିବାର ଗୁଜୁରାଣ ମେଣ୍ଟାଇବାକୁ ମଧ୍ୟ ସେମାନେ ସକ୍ଷମ ନାହାନ୍ତି । ତେବେ ଏମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ମହଲରେ ଏବେ ଦାବୀ ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ