ସୁବର୍ଣ୍ଣପୁର: ସୁବଳୟା ଥାନା ଜନକପୁର-ଖଣ୍ଡହତା ରାସ୍ତାର ରେଙ୍ଗାଲି ନାଳରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଲି ଖାଲି କରି ଟ୍ରାକ୍ଟର ଏହି ପୋଲ ଦେଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ନାଳରୁ ପ୍ରାୟ 15 ଫୁଟ ତଳକୁ ଖସି ପଡିଛି । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି ।
ଖବରପାଇ ଘଟଣାସ୍ଥଳରେ ସୁବଳୟା ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଗାଁ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁଇ ମୃତକ ସମ୍ବଲପୁର ଜିଲ୍ଲା ରଙ୍ଗମାଟିଆ ଗାଁର ଡ୍ରାଇଭର ବଳରାମ ଖଡିଆ ଓ ହେଲପର ସୁବର୍ଣ୍ଣପୁର ଜିଲ୍ଲା କିରାଶିରା ଗାଁର ଲକ୍ଷ୍ମୀକାନ୍ତ ପ୍ରଧାନ ବୋଲି ଜଣାପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ