ETV Bharat / state

ଚାଷୀ ପାଇଁ ଟୋକନ ସମସ୍ୟା - ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ରବି ଋତୁ ଧାନ ବିକ୍ରୀରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ। ଧାନ ବିକ୍ରୀ ପାଇଁ ଚାଷୀ ପାଉନାହିଁ ଟୋକନ । ତେବେ ଏ ଦିଗରେ ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରା ନ ଗଲେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ପ୍ରଶାସନକୁ ଜିଲ୍ଲା କୃଷକ ସଂଗଠନର ସଭାପତି ଚେତାବନି ଦେଇଛନ୍ତି । ଅଧିକ ପଢନ୍ତୁ...

ଚାଷୀ ପାଇଁ ଟୋକନ ସମସ୍ୟା
ଚାଷୀ ପାଇଁ ଟୋକନ ସମସ୍ୟା
author img

By

Published : Jun 6, 2021, 10:58 AM IST

ସୁବର୍ଣ୍ଣପୁର: ଆଗାମୀ ଖରିଫ ଋତୁ ପାଇଁ ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରଛି । ହେଲେ ରବି ଋତୁରେ ଉତ୍ପାଦିତ ଧାନ ଏଯାଏଁ ବିକ୍ରୀ କରି ପାରିନାହିଁ । ସଦର ସୋନପୁର ,ବୀରମହାରାଜପୁର ଉପଖଣ୍ଡର ବୀରମହାରାଜପୁର ଓ ଉଲୁଣ୍ଡା ବ୍ଳକର ଚାଷୀମାନେ ଧାନ ବିକ୍ରୀ କରି ପାରୁ ନଥିବା ଅଭିଯୋଗ ହୋଇଛି । ପାହାଡିଆ ,ମାଳ ,ପଡିଆ ଓ ଆଟ କିସମ ଆଦି ଜମିରେ ଉଠାଜଳସେଚନ ମାଧ୍ୟମରେ ଚାଷୀ ରବି ଋତୁରେ ଧାନ ଉତ୍ପାଦନ କରିଥିବା ବେଳେ ସେହି ଧାନ ବିକ୍ରୀ ପାଇଁ ଚାଷୀ ଟୋକନ ପାଉନାହିଁ ।

ଚାଷୀ ପାଇଁ ଟୋକନ ସମସ୍ୟା

ଏନେଇ ଜିଲ୍ଲା କୃଷକ ସଂଗଠନର ସଭାପତି ବୈକୁଣ୍ଠ ଶତପଥୀଙ୍କ ନେତୃତ୍ବରେ ଚାଷୀ ପ୍ରତିନିଧୀ ଦଳ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏଯାଏଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରିନାହିଁ ।

ଏପଟେ ଅଦିନିଆ ବର୍ଷାରେ ରବି ଧାନ ଫସଲ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଖରେ ବାରମ୍ବାାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉ ନାହିଁ । ଫଳରେ ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରା ନ ଗଲେ ଏହି ମହାମାରୀ କୋରୋନା କାଳରେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ପ୍ରଶାସନକୁ ଜିଲ୍ଲା କୃଷକ ସଂଗଠନର ସଭାପତି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.