ETV Bharat / state

ମଣ୍ଡପରେ ହରଗୌରୀଙ୍କ ଶେଷ ଯୁଗଳ ମୂର୍ତ୍ତି ଦର୍ଶନ

ସୁବର୍ଣ୍ଣପୁରରେ ଦେବାଙ୍ଗୁଲୁ ବା ଢ଼େରା ସମ୍ପ୍ରଦାୟର କୃଷି ଭିତ୍ତିକ ହରଗୌରୀ ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 19, 2019, 10:00 PM IST

ସୁବର୍ଣ୍ଣପୁର: ସହରର ଦେବାଙ୍ଗୁଲୁ ବା ଢ଼େରା ସମ୍ପ୍ରଦାୟର କୃଷି ଭିତ୍ତିକ ହରଗୌରୀ ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ଶନିବାର ଶେଷ ସନ୍ଧ୍ୟାରେ ଦେବ ଦମ୍ପତି ଗୋଟିଏ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ସନ୍ଧ୍ୟାରେ ହରଗୌରୀ ଢ଼େରା ପଡାରେ ନଗର ଭ୍ରମଣ କରିବେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ଆଜି ବି ଠାକୁରାଣୀଙ୍କ ଷୋଡଶ ଉପଚାର ପୂଜା ଓ ମଣ୍ଡପରେ ରୁଦ୍ରାଭିଷେକ କରାଯାଇଛି । ଗୌରାମା ସମ୍ବ୍ରାଲୁ ଏହି ଯାତ୍ରାରେ ସହରର ରାମେଶ୍ବର ମନ୍ଦିରର ଚାଷ ଜମିରୁ ଧାନ ଗଛକୁ ଗୌରୀ ଭାବେ ଆବାହନ କରାଯାଇଥିବା ବେଳେ ସହରର ଜଣେ ବିଶିଷ୍ଟ ଶିଳ୍ପୀଙ୍କ ବାସଭବନରୁ ହରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଠାକୁରାଣୀ ପୀଠର ସମ୍ମୁଖରେ ଯାତ୍ରା ପାଇଁ ନିର୍ମିତ ମଣ୍ଡପରୁ ଦେବାଦେବୀ ଆସନ୍ତାକାଲି ସାହିରେ ନଗର ଭ୍ରମଣ କରିବାକୁ ଥିବା ବେଳେ ତହିଁ ପର ଦିନ ମହାନଦୀରେ ବିସର୍ଜନ ପର୍ବ ପାଳନ କରାଯିବ।

ଦକ୍ଷିଣ ଭାରତୀୟ ଶାକ୍ତ ଓ ସ୍ଥାନୀୟ ଶୈବ ପରମ୍ପରାର ମିଶ୍ରଣରେ ପାଳିତ ହେଉଥିବା ଏହି କୃଷି ଭିତ୍ତିକ ପର୍ବରେ ଅନେକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ହରଗୌରୀଙ୍କ ଦର୍ଶନ ପାଇଁ ଖାଲି ସହର କାହିଁକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜାଗାରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଯାତ୍ରା କମିଟି ପକ୍ଷରୁ ବି ଅନେକ ସାଂସ୍କୃତିକ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ଦେବାଙ୍ଗୁଲୁ ବା ଢ଼େରା ସମ୍ପ୍ରଦାୟର କୃଷି ଭିତ୍ତିକ ହରଗୌରୀ ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି।ଆଜି ଦେଵ ଦମ୍ପତି ଶେଷ ସନ୍ଧ୍ୟା ପାଇଁ ଗୋଟିଏ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି।ଆସନ୍ତାକାଲି ସନ୍ଧ୍ୟାରେ ହରଗୌରୀ ଢ଼େରା ପଡାରେ ନଗର ଭ୍ରମଣ କରିବେ।ଆଜି ବି ଠାକୁରାଣୀଙ୍କ ଷୋଡଶ ଉପଚାର ପୂଜା ଓ ମଣ୍ଡପରେ ରୁଦ୍ରଭିଷେକ କରାଯାଇଛି।ଗୌରାମା ସମ୍ବ୍ରାଲୁ ଏହି ଯାତ୍ରାରେ ସହରର ରାମେଶ୍ୱର ମନ୍ଦିରର ଚାଷ ଜମିରୁ ଧାନ ଗଛକୁ ଗୌରୀ ଭାବେ ଆବହନ କରାଯାଇ ଥିବା ବେଳେ ସହରର ଜଣେ ବିଶିଷ୍ଠ ଶିଳ୍ପୀଙ୍କ ବାସଭବନରୁ ହରଙ୍କୁ ନିମନ୍ତ୍ରଣ କରା ଯାଇଥିଲା।ଠାକୁରାଣୀ ପୀଠର ସମ୍ଭୁଖରେ ଯାତ୍ରା ପାଇଁ ନିର୍ମିତ ମଣ୍ଡପରୁ ଦେବଦେବୀ ଆସନ୍ତାକାଲି ସାହିରେ ନଗର ଭ୍ରମଣ କରିବାକୁ ଥିବା ବେଳେ ତହିଁ ପର ଦିନ ସହରରେ ନଗର ପରିକ୍ରମା କରିବା ପରେ ମହାନଦୀରେ ବିସର୍ଜନ ପର୍ବ ପାଳନ କରାଯିବ।

Body:ଦକ୍ଷିଣ ଭାରତୀୟ ଶାକ୍ତ ଓ ସ୍ଥାନୀୟ ଶୈବ ପରମ୍ପରାର ମିଶ୍ରଣରେ ପାଳିତ ହେଉଥିବା ଏହି କୃଷି ଭିତ୍ତିକ ପର୍ବରେ ଅନେକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି।ହରଗୌରୀଙ୍କ ଦର୍ଶନ ପାଇଁ ଖାଲି ସହର କାହିଁକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜାଗାରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି।ଯାତ୍ରା କମିଟି ପକ୍ଷରୁ ବି ଅନେକ ସାଂସ୍କୃତିକ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.