ETV Bharat / state

ଖାଲି ପଦ ପୂରଣ ପାଇଁ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି

2018-19 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 12 କୋଟି 25 ଲକ୍ଷ ଟଙ୍କାର ନିର୍ଦ୍ଧାରିତ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ 13 କୋଟି 33 ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଛି  । ଜିଲ୍ଲା ପରିବହନ ବିଭାଗ ପକ୍ଷରୁ 105 ପ୍ରତିଶତ ରାଜସ୍ବ ଆଦାୟ କରାଯାଇଛି  ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jun 6, 2019, 10:32 PM IST

ସୁବର୍ଣ୍ଣପୁର: 2018-19 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 12 କୋଟି 25 ଲକ୍ଷ ଟଙ୍କାର ନିର୍ଦ୍ଧାରିତ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ 13 କୋଟି 33 ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଛି । ଜିଲ୍ଲା ପରିବହନ ବିଭାଗ ପକ୍ଷରୁ 105 ପ୍ରତିଶତ ରାଜସ୍ବ ଆଦାୟ କରାଯାଇଛି । ଅତି କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଏହି ରାଜସ୍ବ ଆଦାୟ କରାଯାଇଥିବା ବେଳେ ପରିବହନ ବିଭାଗରେ ସମସ୍ତ ପଦପଦବୀ ପୂରଣ କରିବା ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଅନୁରୋଧ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଗୁରୁବାର ଜିଲ୍ଲା ପରିବହନ ବିଭାଗର ନୂତନ ସମ୍ମିଳନୀ କକ୍ଷ ଉଦଘାଟନ ଅବସରରେ ମନ୍ତ୍ରୀ ଦ୍ବୟଙ୍କୁ ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ମଧୂସୂଦନ ମିଶ୍ର ,ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଜିଲ୍ଲା ସଦର ମହକୁମାରେ ଏକ ହାଇଟେକ ବସଷ୍ଟାଣ୍ଡ ନିର୍ମାଣ କରିବା ସହିତ ସରକାରୀ ବସ ସେବା ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.