ସୁବର୍ଣ୍ଣପୁର: ଦିନକୁ ଦିନ ବ୍ୟାପକ ପରିମାଣରେ ବଢି ଚାଲିଛି କାଠ ଚୋରି । ଜିଲ୍ଲାରେ କାଠ ମାଫିଆ ସକ୍ରିୟ ହୋଇ ଚୋରି କରି ଚାଲିଛନ୍ତି କିନ୍ତୁ ଏଥିପ୍ରତି ବନବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି ।
ଜିଲ୍ଲାରେ ବହୁଳ ପରିମାଣରେ ଚୋରି ବଢି ଚାଲିଥିବା ବେଳେ କାଠ ମାଫିଆଙ୍କୁ ବନବିଭାଗ ଅଙ୍କୁଶ ଲଗାଇବାରେ ସଫଳ ହୋଇପାରୁନାହିଁ । ଶୁଖିଲା କାଠ ଜଙ୍ଗଲରୁ ସଂଗ୍ରହ କରିବା ପାଇଁ କାଠୁରିଆଙ୍କ ପ୍ରତି ବନବିଭାଗ ବିଶେଷ କଟକଣା କରି ନାହଁ।
ହେଲେ ଅବାଧରେ କାଠ ମାଫିଆମାନେ ଜଙ୍ଗଲ ଆଭ୍ୟନ୍ତରରୁ ଛୋଟ ଛୋଟ ଗଛ କାଟି ନେଇ ଯାଉଛନ୍ତି। ବିଶେଷକରି ସିଂହୀଯୁବା ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ପରିମାଣରେ ବଲହା କଟାଯାଉଛି। ହେଲେ ସବୁ ଜାଣିଶୁଣି ବନବିଭାଗ କର୍ମଚାରୀ ନୀରବ ରହୁଛନ୍ତି । ତେବେ ବନବିଭାଗର ଅବହେଳା ପାଇଁ ଅତି ଅଳ୍ପ ଦିନରେ ସୁବର୍ଣ୍ଣପୁର ମରୁଭୂଇଁରେ ପରିଣତ ହେବାକୁ ଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ