ETV Bharat / state

କାନ୍ଥ ଭାଙ୍ଗି 15 ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଲୁଟ - gold ornaments stolen

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରରେ ଦିନ ଦ୍ବିପ୍ରହରରେ କାନ୍ଥ ଭାଙ୍ଗି ସୁନା ଦୋକାନରୁ ଚୋରି ହୋଇଥିବା ଅଭିଯୋଗ। ଅଧିକ ପଢ଼ନ୍ତୁ...

ଡୁଙ୍ଗୁରିପାଲିରେ କାନ୍ଥ ଭାଙ୍ଗି ସୁନା ଚୋରି କଲେ ଦୁର୍ବୃତ୍ତ

author img

By

Published : Nov 29, 2020, 9:53 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରରେ ଦିନ ଦ୍ବିପ୍ରହରରେ ଏକ ସୁନା ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କିଛି ଦୁର୍ବୃତ୍ତ ସୁନା ଦୋକାନ କାନ୍ଥ ଭାଙ୍ଗି ସୁନା ଚୋରି କରିଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନରେ ଦୋକାନ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଚୋରମାନେ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଏକ ଲିଖିତ ଅଭିଯୋଗ କିରଛନ୍ତି ସୁନା ଦୋକାନ ମାଲିକ।

ଡୁଙ୍ଗୁରିପାଲିରେ କାନ୍ଥ ଭାଙ୍ଗି ସୁନା ଚୋରି କଲେ ଦୁର୍ବୃତ୍ତ

ସୂଚନ ଅନୁଯାୟୀ ଡୁଙ୍ଗୁରିପାଲି ସହରର ଶ୍ରୀ କ୍ରିଷ୍ଣା ନାମକ ସୁନା ଦୋକାନରୁ 300 ରୁ 400 ଗ୍ରାମ ସୁନା ଓ ଅଳଙ୍କାର ଚୋରି ହୋଇଛି। ଚୋରି ହୋଇଥିବା ସୁନାର ମୂଲ୍ୟ 15 ରୁ 20 ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଉଛି। ମଧ୍ୟାହ୍ନରେ ଦୋକାନ ବନ୍ଦ ରହିଥାଏ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କାନ୍ଥ ଭାଙ୍ଗି ସୁନା ଚୋରି କରି ଚମ୍ପଟ ମାରିଛନ୍ତି। ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସି ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.