ETV Bharat / state

ଚୋରି ହେଉଛି ବିଦ୍ୟୁତ ଉପକରଣ, ନିରବଦ୍ରଷ୍ଟା ପ୍ରଶାସନ - administration has been relentless

ବିଦ୍ୟୁତ ସାମଗ୍ରୀ ଚୋରି ନେଇ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ସ୍ଥାଣୁ ପାଲଟିଛି ପ୍ରଶାସନ । ଅଧିକ ପଢନ୍ତୁ...

ଚୋରି ହେଉଛି ବିଦ୍ୟୁତ ଉପକରଣ: ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

author img

By

Published : Jun 30, 2021, 6:01 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବିଦ୍ୟୁତ ଆବଶ୍ୟକତା ବଢ଼ିବାରେ ଲାଗିଛି । ଆଉ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲ୍ଲାର ତିନୋଟି ଯାଗାରେ ନୂତନ ଗ୍ରୀଡ଼ ନିର୍ମାଣ ଚାଲିଛି । ଜିଲ୍ଲାର ସିଂଢୋଲ ,ନାରାୟଣପୁର ଓ ବିରାମହରାଜପୁରରେ ଏହି ଗ୍ରୀଡ଼ ତିଆରି ଚାଲିଛି । ତେବେ ଗ୍ରୀଡ଼ ତିଆରିରେ ବ୍ୟବହାର ହେଉଥିବା ଅନେକ ବିଦ୍ୟୁତ ସାମଗ୍ରୀ ଅନେକ ସମୟରେ ଚୋରୀ ହେଉଛି ।

ଚୋରି ହେଉଛି ବିଦ୍ୟୁତ ଉପକରଣ: ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ଏହି ଚୋରି ରୋକିବା ପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ଫଳରେ ଗ୍ରୀଡ଼ କାର୍ଯ୍ୟ ବିଳମ୍ବ ହେଉଛି । ବିଦ୍ୟୁତ ଉପକରଣ ଗୁଡ଼ିକରେ ବିଦ୍ୟୁତ ପ୍ରବାହିତ ହେଉନଥିବାରୁ ଚୋରମାନେ ଅନାୟାସରେ ବିଦ୍ୟୁତ ଉପକରଣ ଚୋରି କରି ନେଉଛନ୍ତି ।

ନିକଟରେ ମାଟୁପାଲି ଗାଁରୁ ଚୋର ଦଳ ବିଦ୍ୟୁତ ଖୁଣ୍ଟ କାଟି ନେଇ ଯାଉଥିବା ବେଳେ ଗାଁ ଲୋକେ ଜଣେ ଅଭିଯୁକ୍ତକୁ କାବୁ କରି ପୋଲିସରେ ଜିମା ଦେବା ସହିତ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବିଦ୍ୟୁତ ଉପକରଣ ବାରମ୍ବାର ଚୋରି ହେଉଥିବା ବେଳେ ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନଥିବାରୁ ଗ୍ରୀଡ଼ କାର୍ଯ୍ୟ ବେଶ ବିଳମ୍ବ ହେଉଥିବା ବେଳେ ଜନସାଧାରଣ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅପରପକ୍ଷରେ ପ୍ରଶାସନ ଏ ଦିଗରେ ଯତ୍ନବାନ ଥିବା ବେଳେ କୌଣସି ବି ବିଭାଗୀୟ ଚୋରି ଉପରେ ସମ୍ପୃକ୍ତ ବିଭାଗ ଏଫଆଇଆର ଦେବାକୁ କୁହାଯାଇଛି । ଚୋରିର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପୋଲିସ ସବୁ ସମୟରେ ଯତ୍ନବାନ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.