ETV Bharat / state

ଖାଦ୍ଯ ପରେ ମାସ୍କ ତିଆରି କରି ବାଣ୍ଟିଲେ ସ୍ବେଚ୍ଛାସେବୀ - ସ୍ବେଚ୍ଛାସେବୀ

ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଗରିବଙ୍କୁ ଖାଦ୍ୟ ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଠାଉଛନ୍ତି ସ୍ବେଚ୍ଛାସେବୀ । କିନ୍ତୁ ଏବେ ସୁବର୍ଣ୍ଣପୁର ସହରର ବିୟୁଟି ଜୋନ ପକ୍ଷରୁ ଆଜି ମାସ୍କ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

the volunteers made masks to distributed the people
ଖାଦ୍ଯ ପରେ ମାସ୍କ ତିଆରି କରି ବାଣ୍ଟିଲେ ସ୍ବେଚ୍ଛାସେବୀ
author img

By

Published : Apr 9, 2020, 4:58 PM IST

ସୁବର୍ଣ୍ଣପୁର: କୋରୋନା ମୁକାବିଲା ପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅସହାୟ ଲୋକମାନଙ୍କ ପାଇଁ ସହାୟତାର ହାତ ବଢାଉଛନ୍ତି କିଛି ସ୍ବେଚ୍ଛାସେବୀ । ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଗରିବଙ୍କୁ ଖାଦ୍ୟ ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଠାଉଛନ୍ତି ସ୍ବେଚ୍ଛାସେବୀ । କିନ୍ତୁ ଏବେ ସୁବର୍ଣ୍ଣପୁର ସହରର ବିୟୁଟି ଜୋନ ପକ୍ଷରୁ ଆଜି ମାସ୍କ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି । କୋରନା ସଂକ୍ରମଣକୁ ରୋକିବା ପାଇଁ ସରକାର ମାସ୍କ ବାଧ୍ୟତାମୂଳକ ଘୋଷଣା କରି ସାରିବା ପରେ ଜନସାଧାରଣଙ୍କ ସେବାରେ ଲାଗି ପଡିଥିବା ପୋଲିସ କର୍ମଚାରୀ ,ସଫେଇ କର୍ମଚାରୀ ,ସ୍ୱାସ୍ଥ୍ୟ କର୍ମୀ ଓ ସାମ୍ବାଦିକ ମାନଙ୍କୁ ଆଜି ମାସ୍କ ପ୍ରଦାନ କରିଥିଲେ ଏହି ସ୍ବେଚ୍ଛାସେବୀ ।

ଖାଦ୍ଯ ପରେ ମାସ୍କ ତିଆରି କରି ବାଣ୍ଟିଲେ ସ୍ବେଚ୍ଛାସେବୀ

ସ୍ବେଚ୍ଛାସେବୀ ବିକାଶ ମେହେର ସମ୍ବଲପୁରୀ ସମ୍ପୂର୍ଣ୍ଣ ସୂତାରେ ଦୁଇ ହଜ଼ାର ମାସ୍କ ତିଆରି କରିଥିବା ବେଳେ ସେଥିମଧ୍ୟରୁ 500 ମାସ୍କ ବଣ୍ଟନ କରିଛନ୍ତି । ତେବେ ଆଗାମୀ ଦିନେ ଦୁଇଦିନ ଭିତରେ ଜନସାଧାରଣଙ୍କ ସେବାରେ ଥିବା ଲୋକଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ବିକାଶ ।

ପଶୁପକ୍ଷୀଙ୍କୁ ଆହାର ଦେବାଠୁ ଆରମ୍ଭ କରି ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ,ମାସ୍କ ବଣ୍ଟନ କରିବା, ସଫେଇ କର୍ମଚାରୀଙ୍କୁ ରାସନ ପ୍ରଦାନ କରିବା ,ହାତ ଧୋଇବା କାର୍ଯ୍ୟକ୍ରମ ସହିତ ସାନିଟାଇଜର ବଣ୍ଟନ ଆଦି କାର୍ଯ୍ୟକ୍ରମ ସ୍ବେଚ୍ଛାସେବୀମାନେ ନିଜ ହାତକୁ ନେଇଛନ୍ତି । ଏଭଳି ପରିସ୍ଥିତିରେ ବିକାଶଙ୍କ ମାସ୍କ ବଣ୍ଟନ ନିହାତି ପ୍ରଶଂସନୀୟ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.