ସୁବର୍ଣ୍ଣପୁର: ଶ୍ବଶୁର ଉପରେ ଜ୍ବାଇଁର ଆକ୍ରମଣ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିରମହରାଜପୁର ଥାନା ବଦଲା ଗାଁରେ । ଶ୍ବଶୁର ଚନ୍ଦ୍ରମଣି ପୋଢ଼ଙ୍କୁ ତାଙ୍କ ଜ୍ବାଇଁ ନିସ୍ତୁକ ମାଡ ମାରି ଆହତ କରିଦେଇଥିବା ବେଳେ ଗୁରୁତର ଭାବେ ତାଙ୍କୁ ବିରମହରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଅନେକ ସମୟରେ ଚନ୍ଦ୍ରମଣିଙ୍କ ସହିତ ତାଙ୍କ ଝିଅ ଜ୍ବାଇଁଙ୍କ ଝଗଡା ହେଉଥିଲା । ସର୍ବମଙ୍ଗଳା ବୁଲେଇବାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ରାତିରେ ଜ୍ବାଇଁ ଉତ୍ୟକ୍ତ ହୋଇ ଶ୍ବଶୁର ଚନ୍ଦ୍ରମଣିଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜ୍ବାଇଁ ଚନ୍ଦ୍ରମଣିଙ୍କ ଗୋଡ ଭାଙ୍ଗି ତାଙ୍କୁ ଏକ ଅଖା ଭିତରେ ବାନ୍ଧି ମହାନଦୀ କୂଳକୁ ଫିଙ୍ଗି ଦେଇଥିଲେ। ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ସହ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।
ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ଡା, ଇଟିଭି ଭାରତ