ETV Bharat / state

ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ବୁଲି ଦେଖିଲେ OCA ବୈଷୟିକ ଟିମ୍‌, ଭିତ୍ତିଭୂମିର ହେବ ବିକାଶ - oca technical team

ଓଡିଶା କ୍ରିକେଟ ଆସୋସିଏସନର ବୈଷୟିକ ଟିମ୍ ସୁବର୍ଣ୍ଣପୁର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମକୁ ବୁଲି ଦେଖିଛନ୍ତି । ଭବିଷ୍ୟତରେ କିଭଳି ଭାବେ ଜିଲ୍ଲାରୁ ଅଧିକରୁ ଅଧିକ କ୍ରିକେଟ ଖେଳାଳି ବାହରି ରାଜ୍ୟ ତଥା ଦେଶ ପାଇଁ ଖେଳିବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେମାନେ କହିଛନ୍ତି ।

ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ବୁଲି ଦେଖିଲେ OCA ବୈଷୟିକ ଟିମ୍‌, ଭିତ୍ତିଭୂମିର ହେବ ବିକାଶ

author img

By

Published : Dec 4, 2020, 2:16 PM IST

ସୁବର୍ଣ୍ଣପୁର: ଓଡିଶା କ୍ରିକେଟ ଆସୋସିଏସନର ବୈଷୟିକ ଟିମ୍ ସୁବର୍ଣ୍ଣପୁର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମକୁ ବୁଲି ଦେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ କ୍ରିକେଟ ଖେଳର ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ ଉପରେ ସଂଘ ଦୃଷ୍ଟି ଦେଇଥିବା ବେଳେ କୋରୋନା ଯୋଗୁଁ ବିଳମ୍ବରେ ହେଲେ ମଧ୍ୟ ଏହା ହାତକୁ ନେଇଛି ।

ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ବୁଲି ଦେଖିଲେ OCA ବୈଷୟିକ ଟିମ୍‌, ଭିତ୍ତିଭୂମିର ହେବ ବିକାଶ

ଆଗାମୀ ଦିନରେ ଏହି ପଡିଆରେ ସମସ୍ତ ଆନୁସଂଗୀକ ବ୍ୟବସ୍ଥା କରିବା ସହ କ୍ରିକେଟ ଖେଳାଳିମାନଙ୍କ ପାଇଁ ପ୍ରଶିକ୍ଷକ ଯୋଗାଇ ଦେବାକୁ କମିଟି କହିଛି । ପଡିଆକୁ ଅନୁଧ୍ୟାନ କରି ଆବଶ୍ୟକ ଉପକରଣ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଭବିଷ୍ୟତରେ କିଭଳି ଭାବେ ଜିଲ୍ଲାରୁ ଅଧିକରୁ ଅଧିକ କ୍ରିକେଟ ଖେଳାଳି ବାହରି ରାଜ୍ୟ ତଥା ଦେଶ ପାଇଁ ଖେଳିବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେମାନେ କହିଛନ୍ତି । ଏନେଇ ସ୍ଥାନୀୟ ଜିଲ୍ଲା କ୍ରିକେଟ ସଂଘର ସମ୍ବିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି କମିଟିର ସଦସ୍ୟମାନେ । ଏହି ପରିଦର୍ଶନ ସମୟରେ କମିଟିର ଅଧ୍ୟକ୍ଷ ଧିରେନ ପଲାଇ, ସଦସ୍ୟ ଦେବାଶିଷ ପାଢୀଙ୍କ ସହ ପିଚ କ୍ୟୁରେଟର ଡାନିଏଲ ରାଉତ ପ୍ରମୁଖ ଆସି ପଡିଆକୁ ଅନୁଧ୍ୟାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.