ETV Bharat / state

ଜିଲ୍ଲାରେ ଫେଲ ମାରିଛି ମହାମାରୀ ଚିକିତ୍ସା, ଭଗବାନଙ୍କ ଭରସାରେ ଲୋକେ: ବିଜେପି - ସୁବର୍ଣ୍ଣପୁର ସ୍ବାସ୍ଥ୍ୟ ବ୍ଯବସ୍ଥା

ସୁବର୍ଣ୍ଣପୁରରେ କୋରୋନା ସଂକ୍ରମଣ ବୃଦ୍ଧିପାଉ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟୟ ଅବସ୍ଥାରେ ରହିଛି । ତେଣୁ ଜନସାଧାରଣ ଏବେ ଭଗବାନଙ୍କ ଭରସାରେ ବୋଲି ବିଜେପି କହିଛି । ଅଧିକ ପଢନ୍ତୁ...

ଜିଲ୍ଲାରେ ଫେଲ ମାରିଛି ମହାମାରୀ ଚିକିତ୍ସା, ଭଗବାନଙ୍କ ଭରସାରେ ଲୋକେ: ବିଜେପି

author img

By

Published : May 23, 2021, 7:24 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ ରୋକିବାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇ ଥିବାବେଳେ ଜନସାଧାରଣଙ୍କୁ ଭଗବାନ ଭରସାରେ ଛାଡିଦେଇଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି ।

ଜିଲ୍ଲାରେ ଫେଲ ମାରିଛି ମହାମାରୀ ଚିକିତ୍ସା, ଭଗବାନଙ୍କ ଭରସାରେ ଲୋକେ: ବିଜେପି

କୋଭିଡ ମୁକାବିଲା ଦିଗରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନୀରବ ଦ୍ରଷ୍ଟା ସାଜି ଥିବାବେଳେ ଗାଁ ଗାଁରେ ଏହି ମହାମାରୀର ପ୍ରକୋପ ଦେଖିବାକୁ ମିଳିଛି । ଏବେ ଜିଲ୍ଲାରେ ମାତ୍ର 54 ଜଣ ଡାକ୍ତର ଚିକିତ୍ସା ଯୋଗାଇ ଦେଉଛନ୍ତି । ଯାହା ଜିଲ୍ଲାର ଡାକ୍ତର ସଂଖ୍ୟାର ଏକ ତୃତୀୟାଂଶ । ତେବେ ମହାମାରୀ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନର କିଛି ଠୋସ ଯୋଜନା ନ ଥିବା ବିଜେପି ଅଭିଯୋଗ କରିଛି । ମହାମାରୀର ଦ୍ବୀତିୟ ଲହରରେ ଜିଲ୍ଲାରେ 23 ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଦୁଇ ହଜାରରୁ ଅଧିକ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ପୁଣି ଗତ 24 ଘଣ୍ଟାରେ 180 ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି । ତେବେ ଏହି ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏକ ଆରଟିପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ।

ହେଲେ ଏହି କେନ୍ଦ୍ର ଖୋଲିବା ଦିଗରେ କେବଳ ଏହା ଘୋଷଣାରେ ହିଁ ସୀମିତ ରହିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । କୋଭିଡ-19 ଅସ୍ଥାୟୀ ସ୍ବାାସ୍ଥ୍ୟ କେନ୍ଦ୍ରରେ ଡିଜିଟାଲ ଏକ୍ସରେ ମେସିନ, ଆବଶ୍ୟକ ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର ଆଦିର ବ୍ୟବସ୍ଥା କରିବା ସହିତ 11 ଜଣ ଡାକ୍ତର ଓ ଷ୍ଟାଫ ନର୍ସ ନିଯୁକ୍ତି ଦେବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ବାରମ୍ବାର ଦାବି ହେଉ ଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି । ଏବେ ଗାଁ ଗାଁରେ ସଂକ୍ରମଣ ବଢି ଚାଲିଥିବାରୁ ମୋବାଇଲ ଭେନ ଗାଁ ଗାଁକୁ ଯାଇ ଲୋକଙ୍କ ଆରଟିପିସିଆର ପରୀକ୍ଷା କରିବା ପାଇଁ ଦାବି ହୋଇଛି । ସଂକ୍ରମିତ ବ୍ୟକ୍ତିମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି । ଭଗବାନ ଭରସାରେ ରୋଗୀମାନେ ରହିଥିବା ବେଳେ ଅକ୍ସିଜେନ, ଆବଶ୍ୟକ ଔଷଧ ସହିତ ଆବଶ୍ୟକ ଚିକିତ୍ସା ସେବା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ବିଜେପି କହିଛି । ତେବେ ମହାମାରୀ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.