ETV Bharat / state

ଧାନ ଚୋରାଚାଲାଣ ବେଳେ ଚଢ଼ାଉ କଲା ଖାଦ୍ୟ ଯୋଗାଣ ବିଭାଗ

ସୁବର୍ଣ୍ଣପୁର ଜିଲ୍ଲାକୁ ବାହାର ଜିଲ୍ଲାର ଧାନ ଚୋରାଚାଲାଣ ହୋଇ ଆସୁଥିବା ବେଳେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏକ ମିନି ଟ୍ରକ ସହିତ ବେଆଇନ ଧାନ ଉପରେ ଚଢ଼ାଉ କରି ତାକୁ ଜବତ କରିଛି । ଅଧିକ ପଢନ୍ତୁ...

author img

By

Published : Jan 15, 2021, 10:40 PM IST

ଧାନ ଚୋରାଚାଲାଣ ବେଳେ ଚଢ଼ାଉ କଲା ଖାଦ୍ୟ ଯୋଗାଣ ବିଭାଗ
ଧାନ ଚୋରାଚାଲାଣ ବେଳେ ଚଢ଼ାଉ କଲା ଖାଦ୍ୟ ଯୋଗାଣ ବିଭାଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାକୁ ବାହାର ଜିଲ୍ଲାର ଧାନ ଚୋରାଚାଲାଣ ହୋଇ ଆସୁଥିବା ବେଳେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏକ ମିନି ଟ୍ରକ ସହିତ ବେଆଇନ ଧାନ ଉପରେ ଚଢ଼ାଉ କରି ତାକୁ ଜବତ କରିଛି । ବେଆଇନ ଧାନ ସୁବର୍ଣ୍ଣପୁରକୁ ଆସୁଥିବା ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାରଙ୍କ ନେତୃତ୍ୱରେ ଧାନ ବୋଝେଇ ଟ୍ରକ ଉପରେ କଳାପଥର ଛକଠାରେ ଚଢ଼ାଉ କରିଥିଲେ ।

ଏହି ଟ୍ରକରେ 324 ପ୍ୟାକେଟ ଧାନ ରହିଥିଲା । ଓଜନ କରିବାରୁ 130 କ୍ବିଣ୍ଟାଲ 70 କେଜି ଧାନ ଥିବା ଜଣାପଡିଛି । ଜବତ କରାଯାଇଥିବା ଧାନକୁ ପ୍ରତୀକ ରାଇସ ମିଲରେ ଜିମା ଦିଆଯାଇଥିବା ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅତି ଆବଶ୍ୟକ ଦ୍ରଵ୍ୟ ଚୋରା ଚାଲାଣ ଆଇନ 7 ଧାରା ଅନୁଯାୟୀ ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗ ଏକ ମାମଲା ରୁଜୁ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.